www.samajalive.in
Friday, December 12, 2025
17.1 C
Bhubaneswar

ବଢ଼ିବାରେ ଲାଗିଛି ବୁଲା କୁକୁରଙ୍କ ଉତ୍ପାତ, ବନ୍ଧ୍ୟାକରଣ ପ୍ରହସନ

ଭୁବନେଶ୍ୱର : ରାଜଧାନୀରେ ବୁଲା କୁକୁରଙ୍କ ଉତ୍ପାତ ବଢ଼ିବାରେ ଲାଗିଛି ପୂର୍ବାପେକ୍ଷା ସେମାନଙ୍କ ସଂଖ୍ୟା ହ୍ରାସ ପାଉଥିବା କୁହାଯାଉଥିଲେ ବି ଦୈନିକ ବିଭିନ୍ନ ଅଞ୍ଚଳର ଲୋକେ ବୁଲା କୁକୁର କାମୁଡ଼ାର ଶିକାର ହୋଇ ବିଭିନ୍ନ ହସ୍ପିଟାଲକୁ ଯାଉଛନ୍ତି କ୍ୟାପିଟାଲ ହସ୍ପିଟାଲ ଓ ଅନ୍ୟାନ୍ୟ ଡାକ୍ତରଖାନାକୁ ୩୦ରୁ ଅଧିକ କୁକୁର କାମୁଡ଼ା ରୋଗୀ ଚିକିତ୍ସା ପାଇଁ ଯାଉଥିବା ସୂଚନା ମିଳିଛି । ରାଜଧାନୀବାସୀଙ୍କ ସୁରକ୍ଷା ପାଇଁ ବିଏମ୍‌ସି ପକ୍ଷରୁ ଗତ କିଛିବର୍ଷ ତଳୁ କୁକୁର ବନ୍ଧ୍ୟାକରଣକୁ ଗୁରୁତ୍ବ ଦିଆଯାଇ ବିଭିନ୍ନ ସ୍ଥାନରେ ବନ୍ଧ୍ୟାକରଣ କେନ୍ଦ୍ର କାର୍ଯ୍ୟ କରୁଥିଲା ବର୍ତ୍ତମାନ ଏହି ବନ୍ଧ୍ୟାକରଣ ନାମକୁ ମାତ୍ର ଚାଲୁଥିବା ଅଭିଯୋଗ ହେଉଛି। ମହାରାଷ୍ଟ୍ର ଅଞ୍ଚଳର ଏକ କମ୍ପାନୀ ବନ୍ଧ୍ୟାକରଣ କାର୍ଯ୍ୟ ଦାୟିତ୍ବରେ ପୂର୍ବରୁ ଥୂଲା। ସେ ନିର୍ବାଚନ ପୂର୍ବରୁ ଛାଡ଼ି ଦେଇଥିବାବେଳେ ବର୍ତ୍ତମାନ ବିଏମ୍‌ସି ବନ୍ଧ୍ୟାକରଣ କାର୍ଯ୍ୟ କରୁଥିବା ଆଲୋଚନା ହେଉଛି । ଏଥିପାଇଁ ସହିଦନଗର ସମେତ ମଞ୍ଚେଶ୍ଵର ଶିଳ୍ପାଞ୍ଚଳରେ ଏକ ବନ୍ଧ୍ୟାକରଣ କେନ୍ଦ୍ର ରହିଛି। ଏହି କେନ୍ଦ୍ରରେ ଏବେ ସୁଦ୍ଧା କିଛି ବୁଲା କୁକୁରଙ୍କୁ ରଖା ଯାଇଥିବାବେଳେ ବାସ୍ତବରେ କିନ୍ତୁ ବନ୍ଧ୍ୟାକରଣ ଆରମ୍ଭ ହୋଇନଥିବା ସୂଚନା ମିଳିଛି।

ବିଏମ୍‌ସି ପକ୍ଷରୁ ଟେଣ୍ଡର ହେବାପରେ ଖୁବ୍‌ଶୀଘ୍ର ଏହି କାର୍ଯ୍ୟ ଆରମ୍ଭ ହେବ। ଏ ସଂକ୍ରାନ୍ତରେ ମଞ୍ଚେଶ୍ଵର ବନ୍ଧ୍ୟାକରଣ କେନ୍ଦ୍ର ଦାୟିତ୍ୱରେ ଥ‌ିବା ବିଏମ୍‌ସିର ଦିଲୀପ ନାୟକ କହିଛନ୍ତି ଯେ, ସହିଦନଗର ଭେଟରିନାରୀରେ ବନ୍ଧ୍ୟାକରଣ କରାଯାଉଛି। ମଞ୍ଚେଶ୍ଵର କେନ୍ଦ୍ରରେ ଆରମ୍ଭ ହୋଇନାହିଁ। ବିଭିନ୍ନ ସମୟରେ ଅଭିଯୋଗକ୍ରମେ ପାଗଳା କୁକୁର କିମ୍ବା କାମୁଡ଼ା କୁକୁରଙ୍କୁ ଧରି ଏହି କେନ୍ଦ୍ରରେ ରଖାଯାଉଛି।

- Advertisement -

କ୍ୟାପିଟାଲ ହସ୍ପିଟାଲ ଡେପୁଟି ସୁପରିଟେଣ୍ଡେଣ୍ଟ ଧନଞ୍ଜୟ ଦାସ କହିଛନ୍ତି ଯେ, ଦିନକୁ ପ୍ରାୟ ୩/୪ଜଣ କୁକୁର କାମୁଡ଼ା ରୋଗୀ ଆସୁଛନ୍ତି । ବିଏମ୍‌ସି ମେୟର ସୁଲୋଚନା ଦାସ କହିଛନ୍ତି, ରାଜଧାନୀର ପ୍ରାୟ ବୁଲା କୁକୁରକୁ ବନ୍ଧ୍ୟାକରଣ କରାଯାଇଛି। ପୂର୍ବାପେକ୍ଷା ଏମାନଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ଖୁବ୍‌ଶୀଘ୍ର ବନ୍ଧ୍ୟାକରଣ କାର୍ଯ୍ୟ କରାଯିବା ପାଇଁ ବ୍ୟବସ୍ଥା ହେଉଥିବାବେଳେ କୌଣସି ସ୍ଥାନରେ ପାଗଳା କୁକୁର ଉତ୍ପାତ କରୁଥିବା ଅଭିଯୋଗ ଆସିଲେ, ତାକୁ ଧରି ନେଇ ବନ୍ଧ୍ୟାକରଣ କେନ୍ଦ୍ରରେ ରଖାଯାଉଛି।

ସୂଚନା ଥାଉକି, ଗତ ମାସରେ କ୍ୟାପିଟାଲ ଓ ଘରୋଇ ଡାକ୍ତରଖାନାକୁ ୧୦୦୦ରୁ ଅଧିକ କୁକୁର କାମୁଡ଼ା ରୋଗୀ ଆସିଥିବାବେଳେ ଚଳିତ ମାସରେ ୫୦ରୁ ୬୦ଜଣ ଚିକିତ୍ସିତ ହୋଇଥିବା ସୂଚନା ମିଳିଛି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories