www.samajalive.in
Monday, December 8, 2025
24.1 C
Bhubaneswar

ଭାରତରେ ନୂଆ ସରକାର ଆସିବା ପରେ ହେବ କଥାବାର୍ତ୍ତା : ପାକ୍‍ ମନ୍ତ୍ରୀ

ନୂଆଦିଲ୍ଲୀ : ଭାରତରେ ଲୋକସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ହିଁ ନୂଆ ସରକାର ସହ ଆଲୋଚନା ପାଇଁ ପ୍ରୟାସ କରିବୁ ବୋଲି ପାକିସ୍ତାନର ସୂଚନା ମନ୍ତ୍ରୀ ଫବାଦ ଚୌଧୁରୀ କହିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନର ଭାରତ ସରକାରଙ୍କଠାରୁ ବଡ଼ ନିଷ୍ପତ୍ତିର ଆଶା ନାହିଁ ଓ କଥାବାର୍ତ୍ତା ଉଦ୍ୟମ ନିରର୍ଥକ। ଭାରତ ସରାକାର ଏବେ ନିର୍ବାଚନ ପ୍ରସ୍ତୁତିରେ ଲାଗିଛନ୍ତି। ତେଣୁ କଥାବାର୍ତ୍ତା ପାଇଁ ଏହା ଅନୁକୂଳ ସମୟ ନୁହଁ। ଭାରତର ନୂଆ ସରକାର ଗଠନ ହେବା ପରେ ହିଁ କଥାବାର୍ତ୍ତା ପାଇଁ ପ୍ରୟାସ କରାଯିବ। ଭାରତ ସହ କଥାବାର୍ତ୍ତା ପାଇଁ ପ୍ରୟାସରେ ପାକିସ୍ତାନ ସରକାର ଡେରି କରିଦେଇଛନ୍ତି। ତେବେ ଭାରତରେ ନୂଆ ସରକାର ଆସିବା ପରେ ହିଁ ଆଲୋଚନା ପାଇଁ ପ୍ରୟାସ କରାଯିବ।
ପ୍ରକାଶଯୋଗ୍ୟ ଯେ ୨୦୧୬ ଉରୀ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ସମ୍ପର୍କର ତିକ୍ତତା ବଢିଥିଲା। ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ସର୍ଜିକାଲ ଷ୍ଟ୍ରାଇକ୍‍ କରାଯିବା ପରେ ଏହି ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା। ୨୦୧୭ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ କଥାବାର୍ତ୍ତା ହୋଇନାହିଁ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories