www.samajalive.in
Sunday, December 14, 2025
23.1 C
Bhubaneswar

ମୃତ୍ୟୁକୁ ହରାଇଲେ ନାବାଳକ, ୧୪୦ ଫୁଟ ଗର୍ତ୍ତ ବୋରୱେଲରୁ ଜୀବନ୍ତ ଉଦ୍ଧାର ହେଲେ

ସମାଜ ଡିଜିଟାଲ ଡେସ୍କ: ରଖେ ହରି, ତ ମାରେ କିଏ ? ଏହି ଉକ୍ତିର ସତ୍ୟତା ପ୍ରମାଣିତ ହୋଇଛି ମଧ୍ୟପ୍ରଦେଶର ଏକ ଘଟଣାରେ। ଜଣେ ୧୦ ବର୍ଷର ନାବାଳକ ମୃତ୍ୟୁକୁ ପରାଜିତ କରି ୧୪୦ ଫୁଟ ଗର୍ତ୍ତ ଏକ ବୋରୱେଲରୁ ଜୀବନ୍ତ ଉଦ୍ଧାର ହୋଇଛି।

ଶନିବାର ମଧ୍ୟପ୍ରଦେଶର ଗୁନା ଜିଲା ଅନ୍ତର୍ଗତ ପିପଲିୟା ଗ୍ରାମରେ ଏକ ବୋରୱେଲ ଗର୍ତ୍ତରେ ଗତ ଶନିବାର ସୁମିତ ମୀନା ନାମକ ନାବାଳକ ଖସିପଡ଼ିଥିଲେ। ବୋରୱେଲ ଗର୍ତ୍ତ ମୁକୁଳା ଥିବାରୁ ସେଥିରେ ସୁମିତ ଅସାବଧାନତାକ୍ରମେ ଖସିପଡ଼ିଥିଲେ। ପରିବାର ଲୋକେ ଜାଣିବା ପରେ ପୁଲିସ ଓ ପ୍ରଶାସନକୁ ଖବର ଦିଆଯାଇଥିଲା। ଖବରପାଇ ପୁଲିସ, ପ୍ରଶାସନିକ ଅଧିକାରୀ, ଅଗ୍ନିଶମ ଓ ଏନଡିଆରଏଫ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସନ୍ଧ୍ୟା ୬ଟାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। କର୍ମଚାରୀମାନେ ସୁମିତଙ୍କୁ ଗର୍ତ୍ତରୁ ବାହାର କରିବାକୁ ନିରବଚ୍ଛିନ୍ନ ଭାବେ ପ୍ରଚେଷ୍ଟା ଜାରି ରଖିଥିଲେ। ଶେଷରେ ରବିବାର ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ସୁମିତଙ୍କୁ ଗର୍ତ୍ତରୁ ଉଦ୍ଧାର କରାରଯାଇଥିଲା। ଉଦ୍ଧାର ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories