www.samajalive.in
Thursday, December 11, 2025
15.1 C
Bhubaneswar

ସଡ଼କ ଦୁର୍ଘଟଣାରେ ୨ ଗୁରୁତର

ଯାଜପୁର : ସୋମବାର ଯାଜପୁରର ବିଞ୍ଝାରପୁର ଥାନା ଅଞ୍ଚଳ ତାଉଁତରା ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କୁଟର ଧକ୍କା ଦେବାରୁ ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ଜଣେ ଛାତ୍ର ଓ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଛାତ୍ରଛାତ୍ରୀ ଦୁହେଁ ସଂପର୍କରେ ଭାଇଭଉଣୀ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଉଭୟ ଭାଇଭଉଣୀ ଚାଲି ଚାଲି ବିଦ୍ୟାଳୟ ଯାଉଥିଲେ। ସେହି ସମୟରେ ଏକ ସ୍କୁଟରରେ ଯାଉଥିବା ଜଣେ ଛାତ୍ରୀଙ୍କୁ ଅନ୍ୟ ଜଣେ ମୋଟର ସାଇକେଲ ଆରୋହୀ ସାଇଡ଼ ମାରିଥିଲେ। ଫଳରେ କଲେଜ ଛାତ୍ରୀ ଜଣକ ଭାରସାମ୍ୟ ହରାଇ ଭାଇଭଉଣୀଙ୍କୁ ଧକ୍କା ଦେଇଥିଲେ। ଏହି ଘଟଣା ପରେ ଉଭୟ ବାଇକ ଆରୋହୀ ଓ ସ୍କୁଟର ଚଲାଉଥିବା ଛାତ୍ରୀ ଫେରାର ହୋଇଯାଇଛନ୍ତି। ସେମାନଙ୍କ ପରିଚୟ ମିଳିପାରି ନାହିଁ। ସ୍ଥାନୀୟ ଲୋକମାନେ ଗୁରୁତର ଭାଇଭଉଣୀଙ୍କୁ ପ୍ରଥମେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଦୁହିଁଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ଜଣାପଡ଼ିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories