www.samajalive.in
Tuesday, December 9, 2025
16.1 C
Bhubaneswar

କେଶ ପାଇଁ ମହୌଷଧୀ ପିଆଜ ରସ

କେଶର ବୃଦ୍ଧି ଓ ସୁନ୍ଦରତା ପାଇଁ ପିଆଜର ଖୁବ୍ ମହତ୍ବ ରହିଛି। ପିଆଜ ରସ କେଶର ଅନେକ ସମସ୍ୟା ଦୂର କରିବା ସହ କେଶରେ ଚମକ ଆଣିଥାଏ ଓ ଚନ୍ଦାପଣରୁ ମଧ୍ୟ ମୁକ୍ତି ଦେଇଥାଏ। ହେଲେ କୌଣସି ଜିନିଷକୁ ବ୍ୟବହାର କରିବାର ସଠିକ୍ ଉପାୟ ଜାଣି ରଖିବା ଉଚିତ। ତେବେ ଚାଲନ୍ତୁ ଜାଣିବା କେଶ ପାଇଁ ପିଆଜ ରସକୁ କିପରି ବ୍ୟବହାର କରିବା –

– ପିଆଜ ରସକୁ ନଡ଼ିଆ ତେଲ ସହିତ ମିଶାଇ ଲଗାଇଲେ ତାହା କେଶ ପାଇଁ ଅତ୍ୟନ୍ତ ଲାଭଦାୟକ। ଉଷୁମ ନଡ଼ିଆ ତେଲରେ ପିଆଜ ରସକୁ ମିଶାଇ କେଶର ମୂଳରେ ଲଗାଇବେ। ଏହାଦ୍ୱାରା କେଶ ବଢ଼ିବା ସହ କେଶରେ ଚମକ ଆସିଥାଏ।
– ବିୟରକୁ ପିଆଜ ରସରେ ମିଶାଇ ଲଗାଇଲେ କେଶ ଝଡ଼ିବା ଭଳି ସମସ୍ୟା କମିଥାଏ। ପ୍ରଥମେ କେଶକୁ ବିୟର ସାମ୍ପୁରେ ଧୋଇଦିଅନ୍ତୁ। ଏହାପରେ ପିଆଜ ରସକୁ କେଶର ମୂଳରେ ମାଲିସ କରିବେ। ଏହା କେଶ ବଢ଼ିବାରେ ସାହାଯ୍ୟ କରିଥାଏ ଓ କେଶରେ ଚମକ ମଧ୍ୟ ଆଣିଥାଏ।
– ପିଆଜ ରସକୁ ସିଧାସଳଖ ମଧ୍ୟ କେଶର ମୂଳରେ ଲଗାଇ ପାରିବେ। ପିଆଜକୁ ବାଟି ତାହାର ରସକୁ ଛାଣି ଦେବେ। ଏହାପରେ ପିଆଜକୁ ସିଧାସଳଖ କେଶର ମୂଳରେ ଲଗାଇ ମାଲିସ କରିବେ। ୧ ଘଣ୍ଟା ପରେ କେଶକୁ ସାମ୍ପୁରେ ଧୋଇଦେବେ। ଏହାଦ୍ବାରା ଅନେକ ସୁଫଳ ମିଳିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories