www.samajalive.in
Sunday, December 14, 2025
23.1 C
Bhubaneswar

ଫସଲ କ୍ଷତି ଆକଳନ ବୈଠକ ଆଜି: ପୋର୍ଟାଲରେ ଆବେଦନ କରନ୍ତୁ କ୍ଷତିଗ୍ରସ୍ତ ଚାଷୀ

ରାୟଗଡ଼ା: ରାଜ୍ୟରେ ଅଦିନିଆ ବର୍ଷାରେ ହୋଇଥିବା ଫସଲ କ୍ଷୟକ୍ଷତି ଆକଳନ ସମୀକ୍ଷା ପାଇଁ ଶନିବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ଏକ ଉଚ୍ଚ ସ୍ତରୀୟ ବୈଠକ ବସୁଛି। ଉକ୍ତ ବୈଠକରେ ଫସଲ କ୍ଷୟକ୍ଷତିର ଆକଳନ ଓ ଆଗାମୀ ପଦକ୍ଷେପ ନେଇ ସରକାର ନିଷ୍ପତ୍ତି ନେବେ। ରାୟଗଡ଼ା ଗ୍ରସ୍ତରେ ଥିବା ରାଜସ୍ୱ ଏବଂ ବିପର‌୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ଶୁକ୍ରବାର ଶ୍ରୀ ପୂଜାରୀ କହିଛନ୍ତି, ଶନିବାର ବସୁଥିବା ଉଚ୍ଚସ୍ତରୀୟ ବୈଠକରେ ରାଜସ୍ୱ ବିଭାଗ, କୃଷି ଓ ସମବାୟ ବିଭାଗ ଏବଂ ରାଜ୍ୟର ଅନ୍ୟ ପଦସ୍ଥ ଅଧିକାରୀଙ୍କୁ ଡକାଯାଇଛି। ଅଦିନିଆ ବର୍ଷାରେ କ’ଣ ସବୁ କ୍ଷୟକ୍ଷତି ହୋଇଛି ତାହାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ରାଜ୍ୟରେ ବହୁ ଚାଷୀ ଫସଲ ବୀମା କରିଛନ୍ତି। ଏହି ବୀମା ପାଇଁ ଚାଷୀ ଏକ ଟଙ୍କା ଦେଉଥିବାବେଳେ ଅବଶିଷ୍ଟ ବୀମା ରାଶିର ପ୍ରିମିୟମ ଟଙ୍କା ରାଜ୍ୟ ସରକାର ଦେଇଥାନ୍ତି। ଯେଉଁମାନଙ୍କର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି ସେମାନେ କୃଷି ବିଭାଗର ଫସଲ ବୀମା ପୋର୍ଟାଲରେ କ୍ଷତିପୂରଣ ପାଇଁ ତୁରନ୍ତ ଆବେଦନ କରନ୍ତୁ। ଇତିମଧ୍ୟରେ କୃଷି ବିଭାଗର ପୋର୍ଟାଲରେ ରାଜ୍ୟର ପ୍ରାୟ ୭୦ ହଜାର ଚାଷୀ ଆବେଦନ କରିଛନ୍ତି। ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ ଯଥାଶୀଘ୍ର
ଫସଲ ନଷ୍ଟ ଅଭିଯୋଗ କୃଷି ବିଭାଗର ପୋର୍ଟାଲରେ ପଞ୍ଜୀକରଣ କରିବାକୁ ମନ୍ତ୍ରୀ ନିବେଦନ କରିଛନ୍ତି। ଫସଲ ବୀମା କମ୍ପାନୀଙ୍କ ସହ କଥାବର୍ତ୍ତା ସରିଛି। ସେମାନେ ଟାଳଟୁଳ ନୀତି ଅବଲମ୍ବନ ନକରିି ସମସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ନିର୍ଦେଶ ଦିଆଯାଇଛି ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ରାୟଗଡ଼ା ତହସିଲରରେ ବସୁନ୍ଧରା ଯୋଜନା, ଜଳ ଜଙ୍ଗଲ ଜମି ଅଧିକାର ଯୋଜନାରେ କେତେ ଜନଜାତି ପଟ୍ଟା ପାଇଛନ୍ତି, କେତେ ପଟ୍ଟା ପାଇନାହାଁନ୍ତି ତାହାର ସମୀକ୍ଷା କରିଥିଲେ ରାଜସ୍ୱ ମନ୍ତ୍ରୀ। ରାୟଗଡ଼଼ା ତହସିଲର ଆରଆଇମାନଙ୍କୁ ପ୍ରତିଦିନ ଜଣେ ଲେଖାଁଏ ଭୂମିହୀନ ଲୋକଙ୍କୁ ଠାବ କରିବାକୁ ନିର୍ଦେଶ ଦେଇଛନ୍ତି। ଏହାଦ୍ବାରା କେହି ଭୂମିହୀନ ରହିବେ ନାହିଁ। ସମସ୍ତଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ୪ ଡେସିମିଲ ଜମି ପଟ୍ଟା ମିଳିବ ବୋଲି ସେ କହିଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories