www.samajalive.in
Saturday, December 13, 2025
15.1 C
Bhubaneswar

ଅତ୍ୟନ୍ତ ବିନମ୍ର ଏବଂ ସରଳ ସ୍ୱଭାବର ଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ – ଡକ୍ଟର ପି.କେ. ମିଶ୍ର

ଡେସ୍କ: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଡକ୍ଟର ମିଶ୍ର ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ଡକ୍ଟର ମନମୋହନ ସିଂଙ୍କ ବିୟୋଗରେ ଦେଶ ଜଣେ ସମ୍ମାନସ୍ପଦ ନେତା, ବିଶିଷ୍ଟ ଅର୍ଥଶାସ୍ତ୍ରୀ ଏବଂ ମହାନ ବ୍ୟକ୍ତିତ୍ୱଙ୍କୁ ହରାଇଛି। ସ୍ୱର୍ଗତ ଡକ୍ଟର ସିଂହ ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନୋମିକ୍ସରେ ଶିକ୍ଷାଦାନ କରୁଥିବା ସମୟରେ ସେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କହିଛନ୍ତି।

ଡକ୍ଟର ମିଶ୍ର କହିଛନ୍ତି, ସେତେବେଳେ ସେ ସ୍ନାତକୋତ୍ତର କଳା ପ୍ରଥମ ବର୍ଷର ଛାତ୍ର ଥିଲେ। ସେ ସମୟରେ ପଶ୍ଚିମ ଓଡ଼ିଶାର ସମ୍ବଲପୁରରୁ ଆସିଥିବା ତାଙ୍କ ଭଳି ଛାତ୍ର ପାଇଁ ଡକ୍ଟର ସିଂହଙ୍କ ଭଳି ଜ୍ଞାନୀ ପ୍ରାଧ୍ୟାପକଙ୍କୁ ପାଇବା ଆଶ୍ୱସ୍ତିର ବିଷୟ ଥିଲା। ତତ୍କାଳୀନ ସମୟରେ ଅମର୍ତ୍ତ୍ୟ ସେନ, ମୃଣାଳ ଦତ୍ତ ଚୌଧୁରୀ, ଏ.ଏମ. ଖୁସ୍ରୁ, କେ.ଏନ. ରାଜ, ସୁଖମୟ ଚକ୍ରବର୍ତ୍ତୀ, ଧର୍ମ କୁମାର ପ୍ରମୁଖଙ୍କ ଭଳି ଖ୍ୟାତନାମା ପ୍ରାଧ୍ୟାପକମାନେ ସେଠାରେ ଶିକ୍ଷାଦାନ କରୁଥିଲେ। ଅନ୍ତର୍ଜାତୀୟ ବାଣିଜ୍ୟ ଭଳି ଜଟିଳ ବିଷୟକୁ ଖୁବ୍ ସହଜରେ ବୁଝାଇବାରେ ଡକ୍ଟର ମନମୋହନ ସିଂହଙ୍କର ଅସାଧାରଣ ସାମର୍ଥ୍ୟ ରହିଥିଲା। ତାଙ୍କର ପାଠ ପଢ଼ାଇବା ଶୈଳୀକୁ ସବୁ ଛାତ୍ରଛାତ୍ରୀ ବୁଝିପାରୁଥିଲେ ଏବଂ ଶିଖିପାରୁଥିଲେ। ଡଃ ସିଂହ ଅତ୍ୟନ୍ତ ବିନମ୍ର ଏବଂ ସରଳ ସ୍ୱଭାବର ଥିଲେ ବୋଲି ଡକ୍ଟର ମିଶ୍ର କହିଛନ୍ତି।

- Advertisement -

ସେ କହିଛନ୍ତି ଯେ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ଏବଂ ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ସଚିବ ଭାବେ କାର୍ଯ୍ୟରତ ଥିବା ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଭାବେ ଡକ୍ଟର ମନମୋହନ ସିଂହଙ୍କ ସହିତ କାମ କରିବାର ସୁଯୋଗ ମିଳିଥିଲା। ଯେତେବେଳେ ବି ସେ ତାଙ୍କୁ ଭେଟୁଥିଲେ, ତାଙ୍କ ବ୍ୟବହାରରେ ଅନୁରୂପ ସରଳତା, ସଚ୍ଚୋଟତା ଓ ନମ୍ରତା ଦେଖିବାକୁ ମିଳୁଥିଲା।

ଏଭଳି ଦୁଃଖଦ ସମୟରେ ତାଙ୍କ ପରିବାର ଓ ଆତ୍ମୀୟ ସ୍ୱଜନଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories