www.samajalive.in
Thursday, December 11, 2025
13.1 C
Bhubaneswar

ପୁରୁଣା ଇସି ସଦସ୍ୟଙ୍କ ରଖାଯିବାକୁ ଦାବି

ସମ୍ବଲପୁର: ଓଡ଼ିଶା ଜୀବିକା ମିଶନ ଇ.ସି. ସଂଘ ରେଙ୍ଗାଲି ବ୍ଲକ କମିଟି ପକ୍ଷରୁ ଗୁରୁବାର ଜିଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରି ପୁରୁଣା ସଦସ୍ୟ ମାନଙ୍କୁ ରଖିବାକୁ ଦାବି କରାଯାଇଛି। ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ପୁରୁଣା ସଦସ୍ୟ ମାନଙ୍କୁ ରଖାଯିବା ପାଇଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଉଥିବା ବେଳେ ବିଗତ ଦିନରେ ବ୍ଲକର ଚେୟାରମେନଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ସେମାନେ ଓହରି ଯାଇଥିଲେ। କିନ୍ତୁ ପ୍ରତିଶ୍ରୁତି ରକ୍ଷା କରା ନ ଯାଇ ନୂତନ ସଦସ୍ୟ ମାନଙ୍କୁ ରଖାଯିବା ପାଇଁ ବୈଠକ ଆୟୋଜିତ ହୋଇଛି। ଯଦି ଆଗାମୀ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ପୁରୁଣା ସଦସ୍ୟ ମାନଙ୍କୁ ରଖା ନ ଯାଏ, ତାହା ହେଲେ ସେମାନେ ବ୍ଲକ କାର୍ଯ୍ୟାଳୟରେ ତାଲା ମାରିବେ ବୋଲି ଚେତାବନୀ ଦେଇଛନ୍ତି। ୧୬ଟି ଗ୍ରାମ ପଞ୍ଚାୟତସ୍ତରୀୟ କାର୍ଯ୍ୟକାରୀ କମିଟୀ ସଦସ୍ୟ ଓ ବ୍ଲକସ୍ତରୀୟ ଇ.ସି. ସଂଘ ରେଙ୍ଗାଲିର ସଦସ୍ୟ ମାନେ ଦାବିପତ୍ର ପ୍ରଦାନ ସମୟରେ ଆଜି ଉପସ୍ଥିତ ରହିଥିଲେ। ଓଡ଼ିଶା ଜୀବିକା ମିଶନ ଇସି ସଂଘ ରେଙ୍ଗାଲି ବ୍ଲକର ସମ୍ପାଦିକା ଗୀତାଞ୍ଜଳି କିଶାନ, କୋଷାଧ୍ୟକ୍ଷା ବିନୋଦିନୀ ବାଗଙ୍କ ସମେତ ଅନ୍ୟ ମାନଙ୍କର ଦସ୍ତଖତ ଦାବିପତ୍ରରେ ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories