www.samajalive.in
Friday, December 12, 2025
23.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ:ଓଡ଼ିଶା ଅବସରପ୍ରାପ୍ତ କର୍ମଚାରୀ ମଞ୍ଚର କନ୍ଧମାଳ ଜିଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଠ ଦଫା ସମ୍ବଳିତ ଏକ ଦାବିପତ୍ର ଆଜି ଜିଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି। କର୍ମଚାରୀ ମଞ୍ଚର ଆବାହକ ବ୍ରଜ କିଶୋର ପଟନାୟକଙ୍କ ନେତୃତ୍ୱରେ ମଞ୍ଚର ବହୁ କର୍ମକର୍ତ୍ତା ଓ ସଦସ୍ୟ ଏକ ଶୋଭାଯାତ୍ରାର ଆସି ଏହି ଦାବିପତ୍ର ପ୍ରଦାନ କରିଛନ୍ତି।

ଦାବି ପ୍ରକାରେ, ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଚିକିତ୍ସା ଭତ୍ତା ସମୟାନୁପଯୋଗେ ପ୍ରଦାନ କରିବା, କୋଭିଡ଼୍ ସମୟରେ ବନ୍ଦ କରାଯାଇଥିବା ୧୮ ମାସର ମହଙ୍ଗାଭତ୍ତା ତୁରନ୍ତ ପ୍ରଦାନ କରିବା, ପେନସନ୍ ଧାରୀ ଓ ବରିଷ୍ଠ ନାଗରିକମାନଙ୍କୁ ବସ୍ ଯାତ୍ରା ସମୟରେ ରିହାତି ମୂଲ୍ୟରେ ଯାତ୍ରାର ସୁବିଧା ପ୍ରଦାନ, ଫୁଲବାଣୀ ଠାରୁ ପୁରୀକୁ ସିଧା ବସ୍ ଚଳନ ସୁବିଧା, ପଡ଼ୋଶୀ ରାଜ୍ୟ ରାୟପୁର, କୋଲକତା, ଟାଟା ଓ ବିଶାଖାପାଟଣାକୁ ବସ୍ ସେବା ଯୋଗାଇ ଦେବା ଭଳି ଦାବିକରି ଏହି ଦାବିପତ୍ର ପ୍ରଦାନ କରିଛନ୍ତି।

- Advertisement -

ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ କର୍ମଚାରୀ ନେତା ରାଜ କିଶୋର ସାହୁ , ହେମନ୍ତ ମହାନ୍ତି , ନବିନ କିଶୋର ପଣ୍ଡା , ରାଜ କିଶୋର ପାଢୀ ନବ କିଶୋର ରଥ ,କରୁଣାକର ସାହୁ ବିକାଶ ମହାନ୍ତି , ପିତାମ୍ବର ମିଶ୍ର ଓ ଅନ୍ୟମାନେ ଏହାର ନେତୃତ୍ୱ ନେଇଥିଲେ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories