www.samajalive.in
Thursday, December 11, 2025
16.1 C
Bhubaneswar

କାହିଁକି ଇସ୍ତଫା ଦେଲେ ରଘୁବର – ପୁଅ ନା ଓଡ଼ିଆ ଅସ୍ମିତା!

ଡେସ୍କ: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ଅଚାନକ ଇସ୍ତଫା ଦେବା ଓ ତାହା ମଧ୍ୟ କିଛି ଘଣ୍ଟା ଭିତରେ ଗ୍ରହଣ ହେବା ଓ ସେ ସମୟ ମଧ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ ହେବା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମାତ୍ର ୧ ବର୍ଷ ୫୬ ଦିନ ଓଡ଼ିଶାର ରାଜ୍ୟପାଳ ଭାବେ ସେ କାର୍ଯ୍ୟ କରିଛନ୍ତି। ଓଡ଼ିଶାରେ ମଧ୍ୟ ତାଙ୍କ ଦଳ ବିଜେପି ସରକାର ଗଢ଼ିଛି, ତେବେ କଣ ପାଇଁ ଇସ୍ତଫା ଦେଲେ ତାହା ଏ ପର୍ଯ୍ୟନ୍ତ ଅସମାହିତ ରହିଛି।

ରାଜନୈତିକ ଦୃଷ୍ଟିକୋଣରୁ ତର୍ଜମା କଲେ ଯଦିଓ ତାଙ୍କର ଲମ୍ବା କ୍ୟାରିଅର ରହିଛି କିନ୍ତୁ ରାଜ୍ୟପାଳ ଭାବେ ସେ ସଠିକ ଢଙ୍ଗରେ କାର୍ଯ୍ୟ କରିପାରିଲେ ନାହିଁ ବୋଲି କୁହାଯାଉଛି। ୨୦୨୩ ଅକ୍ଟୋବର ୩୧ରେ ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପରେ ରଘୁବର ଦାସ ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ସମୟରେ ରାଜ୍ୟରେ ଥିବା ବିଜେଡି ସରକାର ବିରୋଧରେ ଶ୍ରୀ ଦାସ ଏକ ପ୍ରକାର ପ୍ରଚାର ଅଭିଯାନ ଆରମ୍ଭ କରି ଦେଇଥିଲେ। ମାତ୍ର କିଛି ମାସ ମଧ୍ୟରେ ସେ ୨୦ଟି ଜିଲ୍ଲା ପରିଦର୍ଶନ କରିଥିଲେ ଓ ଲୋକମାନଙ୍କ ଅସୁବିଧା ବୁଝିବା ଆଳରେ ଦଳୀୟ ପ୍ରଚାର କରୁଥିବା ସେତେବେଳେ ଅଭିଯୋଗ ହୋଇଥିଲା।

- Advertisement -

ଅନ୍ୟପକ୍ଷରେ ପୁରୀ ଅତିଥି ଭବନରେ ରଘୁବରଙ୍କ ପୁଅ ରାଜ୍ୟ ସରକାରଙ୍କ ଜଣେ କର୍ମଚାରୀଙ୍କୁ ମାଡମାରି ଲହୁଲୁହାଣ କରିଥିଲେ। ସେହି ଘଟଣାରେ ଥାନାରେ ଏତଲା ରୁଜ୍ଜୁ ହୋଇଥିଲେ ମଧ୍ୟ ରାଜ୍ୟପାଳ ରଘୁବର ଦାସ ନିଜ କ୍ଷମତା ବଳରେ ନିଜ ପୁଅକୁ ସୁରକ୍ଷା ଦେଇଥିଲେ। ରାଜ୍ୟ ପୁଲିସ ମଧ୍ୟ ଏ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିଥିଲା। ଓଡ଼ିଆ ଅସ୍ମିତା କଥା କହୁଥିବା ରାଜ୍ୟ ବିଜେପି ସରକାର ଘଟଣାକୁ ଗୁରୁତ୍ୱ ଦେବା ପରିବର୍ତ୍ତେ ମାଡ ଖାଇଥିବା ସମ୍ପୃକ୍ତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରିଦେଇଥିଲେ। ଏହି ଘଟଣାରେ ବିଜେଡି ବାରମ୍ବାର ପ୍ରଶ୍ନ କରିବା ସହ ବିଧାନସଭାରେ ମଧ୍ୟ ପ୍ରସଙ୍ଗ ଉଠାଇଥିଲା। ଯାହା ଶୁଣାଯାଏ ଏହି ମାମଲାରେ ପୂର୍ବତନ ରାଜ୍ୟପାଳଙ୍କ ପୁଅକୁ ଗିରଫ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ସେ ଇସ୍ତଫା ଦେଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ସରକାର ଶୀତକାଳୀନ ଅଧିବେଶନରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସମ୍ପର୍କିତ ବିଲ ଆଗତ କରିବାକୁ ରାଜ୍ୟପାଳଙ୍କ ଅନୁମତି ଲୋଡ଼ିଥିଲେ ମଧ୍ୟ ତାହା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରାଜ୍ୟପାଳଙ୍କ ଅନୁମତି ପାଇପାରିନଥିଲା ତେଣୁ ତାହା ବିଧାନସଭାରେ ଆଗତ ହୋଇପାରିନଥିଲା। ତେଣୁ କେଉଁଠି ନା କେଉଁଠି ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ନେଇ ଶାସନକୁ ଆସିଥିବା ରାଜ୍ୟ ବିଜେପିର ଅସନ୍ତୋଷ ପରେ କେନ୍ଦ୍ରୀୟ ବିଜେପି ପକ୍ଷରୁ ରଘୁବରଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିବା ଅନୁମାନ କରାଯାଉଛି।

କେବଳ ସେତିକି ନୁହେଁ, ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ସମୟରେ ସାମ୍ବିଧାନିକ ପଦ ମର୍ଯ୍ୟାଦାର ଅପବ୍ୟବହାର କରି ସେ ନିଜ ବୋହୁ ପାଇଁ ନିର୍ବାଚନ ପ୍ରଚାର କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories