www.samajalive.in
Sunday, December 14, 2025
26.1 C
Bhubaneswar

ନିଷ୍ଠାପର ସାମ୍ବାଦିକ ରାଷ୍ଟ୍ରର ସେବକ: ପ୍ରଭାସ ଆଚାର୍ଯ୍ୟ

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ସାମ୍ବାଦିକତା ବିଭାଗ ଆଲୁମିନି ବୈଠକ କ୍ୟାମ୍ପସ୍‌ ପରିସରସ୍ଥିତ ଗ୍ଲାସ୍‌ କ୍ୟାଣ୍ଟିନ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଗଣମାଧ୍ୟମ ଓ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ ସାମ୍ବାଦିକତା ବିଭାଗର ଶତାଧିକ ପୁରାତନ ଛାତ୍ରଛାତ୍ରୀ ଏକତ୍ରୀତ ହୋଇ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ପୁରାତନ ଛାତ୍ର ତଥା ‘ସମାଜ’ ପ୍ରକାଶକ ଓ ମୁଦ୍ରାକାର ଡ. ପ୍ରଭାସ ଆଚାର୍ଯ୍ୟ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଛନ୍ତି, ସାମ୍ବାଦିକତା ଏକ ସେବା ଓ ସେଥିପାଇଁ ନିଷ୍ଠା ଓ ଦୃଢ଼ ମନୋବଳ ଆବଶ୍ୟକ। ଅର୍ଥ ପଛରେ ନଗୋଡ଼ାଇ ଲୋକଙ୍କ ସେବାକୁ ପ୍ରାଥମିକତା ଦେବା ସମସ୍ତଙ୍କ ମୁଖ୍ୟ ଲକ୍ଷ୍ୟ ହେବା ଆବଶ୍ୟକ। ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷ ଜରୁରୀ। ।

- Advertisement -

ବିଜେପି ରାଜ୍ୟ ମୁଖପାତ୍ର ଅନିଲ୍‌ ବିଶ୍ବାଳ ଓ ଅଧ୍ୟାପକ ଭି.ରାଜୁ ଉତ୍କଳ ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗକୁ ନିୟମିତ ବିଭାଗ ମାନ୍ୟତା ପ୍ରଦାନ ଆବଶ୍ୟକ ବୋଲି କହିଲେ।

ସାମ୍ବାଦିକତା ବିଭାଗର ମିନତୀ ଭୋଳ, ଡ. ରମାକାନ୍ତ ମହାନନ୍ଦ, ମନୋଜ ବିଶ୍ବାଳ, ସତ୍ୟେନ୍ଦୁ ଶେଖର ମିଶ୍ର, ଆଶିଷ ରଥ, ମାନସ କୁମାର ଭଞ୍ଜ, ପ୍ରଭୁଦତ୍ତ ସାମଲ, ସୁଜ୍ଞାନୀ ଦଳାଇ, ହିତେଶ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଅବିନାଶ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories