www.samajalive.in
Wednesday, December 10, 2025
16.1 C
Bhubaneswar

ସଦର ବ୍ଲକ ଟାଙ୍ଗରାଣୀରେ ପାଣି ପଞ୍ଚାୟତ ପକ୍ଷ

କେନ୍ଦୁଝରଗଡ଼଼: ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ଚଳିତମାସ ୨୨ରୁ ଜାନୁୟାରୀ ୫ ତାରିଖ ପାଣି ପଞ୍ଚାୟତ ପକ୍ଷ ପାଳନ ଆରମ୍ଭ ହୋଇଥିବା ବେଳେ ସଦର ବ୍ଲକ ରାଇକଳା ପଞ୍ଚାୟତ ଟାଙ୍ଗରାଣୀ ଗ୍ରାମରେ ସୋମବାର ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷର ଶୁଭାରମ୍ଭ ହୋଇଛି। ଶ୍ରୀରାମପୁର ସାଉଥ୍‌‌ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷରୁ ଆୟୋଜିତ ଏହି ଉପଲକ୍ଷେ ଅନୁଷ୍ଠିତ ଚାଷୀ ସମାବେଶରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କୃଷକ ମାନଙ୍କୁ ଉଦ୍‌‌ବୋଧନ ଦେଇଥିଲେ। କ୍ଷୁଦ୍ର ଜଳସେଚନ ବିଭାଜନ କେନ୍ଦୁଝରର ଅଧିକ୍ଷଣ ଯନ୍ତ୍ରୀ ଇ ସୁଧାଂଶୁ ଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ନିର୍ବାହୀ ଯନ୍ତ୍ରୀ ନେପାଳ କୁମାର ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁକେସ୍ମୀତା ନାଏକ, ପ୍ରଫୁଲ୍ଲ ଚନ୍ଦ୍ର ସେଠୀ, ପିଥୋ ସୋରେନ, ସହକାରୀ ଯନ୍ତ୍ରୀ ଦିବ୍ୟସିଂହ ପ୍ରଧାନ, ପ୍ରଶାନ୍ତ କୁମାର ଜେନା, ସୁଶାନ୍ତ କୁମାର ନାୟକ, ଆନନ୍ଦ କୁମାର ମଣ୍ଡଳ ଓ କନିଷ୍ଠ ଯନ୍ତ୍ରୀ ଚିତ୍ତରଞ୍ଜନ ଜେନା, ରାଜେଶ ପାତ୍ର ପ୍ରମୁଖ ଯୋଗଦେଇ ଉପସ୍ଥିତ କୃଷକ ମାନଙ୍କୁ ଏହି ପକ୍ଷ ପାଳନର ଉଦ୍ଦେଶ୍ର ଓ ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। କ୍ଷୁଦ୍ର ଜଳସେଚନ ବିଭାଜନ କେନ୍ଦୁଝରର ସେକ୍ସନ ଅଫିସର ସୁଶୀଲ କୁମାର ସେଠୀ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀରାମପୁର ସାଉଥ୍‌‌ ପାଣି ପଞ୍ଚାୟତ ଟାଙ୍ଗରାଣୀ କମିଟି ସଭାପତି ଦେବାନନ୍ଦ ପାତ୍ର, ସମ୍ପାଦକ ବଗଲ ଚରଣ ବ୍ରହ୍ମ, କୋଷାକ୍ଷ୍ୟକ୍ଷ ଯୋଗେନ୍ଦ୍ର ଦେହୁରୀ, କାର୍ଯ୍ୟକାରୀ ସଦସ୍ୟ ପାଣୁ ନାଏକ, ରାହାସ ନାଏକ ଓ ଦୁର୍ଗା ଦେଓଗାମ ପ୍ରମୁଖ ସହଯୋଗ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories