www.samajalive.in
Monday, December 8, 2025
24.1 C
Bhubaneswar

ଉପଭୋକ୍ତା ଚେତିଲେ ଠକାମୀରୁ ବର୍ତ୍ତିବେ

ଆଠଗଡ: ଉପଭୋକ୍ତା ଉଚିତ୍ ମୂଲ୍ୟ ବଦଳରେ ସଠିକ୍ ମାନର ସାମଗ୍ରୀ ଓ ଉପଯୁକ୍ତ ସେବା ପାଇବାକୁ ହକଦାର । ଏଥିରୁ ବଞ୍ଚିତ ହେଲେ ବା ଠକମୀର ଶିକାର ହେଲେ ଉପଭୋକ୍ତା ଚୁପ୍ ନରହି ନ୍ୟାୟ ପାଇଁ ଖାଉଟି ଅଦାଲତର ଦ୍ବାରସ୍ଥ ହେବା ଆବଶ୍ୟକ । ସଚେତନ ହେଲେ ଉପଭୋକ୍ତା ଠକାମୀରୁ ବର୍ତ୍ତିପାରିବେ ବୋଲି ଆଠଗଡ ଉପଖଣ୍ଡସ୍ତରୀୟ ଜାତୀୟ ଉପଭୋକ୍ତା ଦିବସରେ ଅତିଥିମାନେ ମତପ୍ରକାଶ କରିଥିଲେ । ଆଠଗଡ ଖାଉଟି କଲ୍ୟାଣ ସଂଘ ଏବଂ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବିଶ୍ଵନାଥ ବିଦ୍ୟାପୀଠ ଠାରେ ଜାତୀୟ ଉପଭୋକ୍ତା ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସଂଘର ସଭାପତି ଆଇନଜୀବୀ ପ୍ରାଣକୃଷ୍ଣ ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ଯଅତିଥି ଭାବେ ଡେପୁଟି କଲେକ୍ଟର ମଧୁସ୍ମିତା ବିଶି, ମୁଖ୍ଯବକ୍ତା ରୂପେ ପ୍ରାକ୍ତନ ଆରକ୍ଷୀ ଅଧିକ୍ଷକ ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ମାନସ ରଞ୍ଜନ ବେହେରା ଯୋଗଦେଇ ଉପଭୋକ୍ତାଙ୍କ ସୁରକ୍ଷା ପାଇଁ ଥିବା ଆଇନ ଓ ଅଦାଲତ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ସଂଘର ପ୍ରତିଷ୍ଠାତା ସମ୍ପାଦକ ଆଇନଜୀବୀ ଅଶୋକ କୁମାର ପଟ୍ଟନାୟକ ବିବରଣୀ ଉପସ୍ଥାପନ କରିଥିବାବେଳେ ଉପସଭାପତି ବିଷ୍ଣୁ ପ୍ରସାଦ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ବିଭିନ୍ନ ସ୍କୁଲ ଓ କଲେଜର ଶତାଧିକ ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ସ୍ଳୋଗାନ ଦେଇ ଏକ ସଚେତନତା ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ବିଶ୍ଵନାଥ ବିଦ୍ୟାପୀଠ ସମ୍ମୁଖସ୍ଥ ରାଜରାସ୍ତା କଡରେ ଗୋପବନ୍ଧୁ ମହିଳା କନିଷ୍ଠ କଲେଜର ଛାତ୍ରୀମାନେ ଏକ ସଚେତନଧର୍ମୀ  ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ । ସଭାର ଶେଷ ଭାଗରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ଯରେ କୁଇଜ୍ ପ୍ରତିଯୋଗିତା ଏବଂ ପୂର୍ବରୁ ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଉପଖଣ୍ଡ ସହକାରୀ ଯୋଗାଣ ଅଧିକାରୀ ଜଗମୋହନ ଦାସ ସ୍ଵାଗତ ଭାଷଣ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଖାଉଟି କଲ୍ୟାଣ ସଂଘର ସଦସ୍ଯ  ମନୋଜ କୁମାର ପଟ୍ଟନାୟକ, ସୁଧି ରଞ୍ଜନ ଦାଶ, ଦୀପାଳି ଦାଶ ଓ ଯୋଗାଣ ବିଭାଗ କର୍ମଚାରୀ ଜିତେନ୍ଦ୍ର କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories