ରାଇକିଆ: ରାଇକିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପେସା ଦିବସ ପାଳନ ଅବସରରେ ସ୍ବତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ସରପଞ୍ଚ ଗୀତାଞ୍ଜଳୀ ନାୟକଙ୍କ ସଭାପତିତ୍ବ ରେ ସରକାରୀ ବାଳିକା ବିଦ୍ୟାଳୟ ଶିକ୍ଷୟତ୍ରୀ ଗିତାଞ୍ଜଳୀ ପିଟର ଯୋଗ ଦେଇ ଜାତି ଜନଜାତିଙ୍କ ସମ୍ପର୍କରେ କହିଥିଲେ। ସେହିପରି ପଞ୍ଚାୟତ ନିର୍ବାହୀ ଅଧିକାରୀ ଲୋକନାଥ ପଟ୍ଟନାୟକ ମଧ୍ୟ ଏହି ପେସା ନିୟମ ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। କାର୍ଯ୍ୟକ୍ରମ ରେ ନାୟବ ସରପଞ୍ଚ ନିଥାୟଲ ନାୟକ, ମେମ୍ବର, ଅଙ୍ଗନବାଡ଼ି ଆଶା କର୍ମୀ,ମେଟ୍ ସଦସ୍ୟ ସହ ପଞ୍ଚାୟତ ବାସୀ ଉପସ୍ଥିତ ଥିଲେ। ପଞ୍ଚାୟତ କର୍ମ ଚାରି ସାନ ଦିଗାଳ, ୱାର୍ଡ ମେମ୍ବର ସହୋଯୋଗ କରିଥିଲେ।
Popular Categories



