www.samajalive.in
Monday, December 8, 2025
13.1 C
Bhubaneswar

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏଥଲେଟିକ ପୁରୁଷ ଓ ମହିଳା ଦଳର ଭୁବନେଶ୍ୱର ଗସ୍ତ

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ଏଥଲେଟିକ ପୁରୁଷ, ମହିଳା ଦଳ ଭୁବନେଶ୍ୱର ଗସ୍ତ କରିଛନ୍ତି। ଭୁବନେଶ୍ୱର ସ୍ଥିତ କିସ  ବିଶ୍ଵବିଦ୍ୟାଳୟରେ ଠାରେ ଚଳିତ ମାସ ୨୬ ତାରିଖ ଠାରୁ ୩୦ ପର୍ଯ୍ୟନ୍ତ ହେବାକୁ ଥିବା ଅଲ ଇଣ୍ଡିଆ ଆନ୍ତଃ ବିଶ୍ବବିଦ୍ୟାଳୟ ପ୍ରତିଯୋଗିତାରେ ଏହି ଦଳ ଭାଗ ନେବେ। ଦଳରେ ମହିଳା ବର୍ଗରେ ଆସିକା ସାଇନ୍ସ କଲେଜ ବର୍ଷା ଗୌଡ଼, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି ବିଭାଗ ସ୍ୱପ୍ନା ମାଡ଼ାଙ୍ଗୀ, ରାଇକିଆ ଜେ. ଜେ ମହାବିଦ୍ୟାଳୟ ମୁକ୍ତାଞ୍ଜଳୀ ପ୍ରଧାନ,ପୁରୁଷ ବର୍ଗରୁ ରାଇକିଆ ଜେ. ଜେ ମହାବିଦ୍ୟାଳୟ ଆକାଶ ସିଂ, ଫିରିଙ୍ଗୀଆ ପଞ୍ଚାୟତ ଡିଗ୍ରୀ କଲେଜର ରତ୍ନାକର ପାଲଟାସିଂ, ଅଭି ଶିସା, ଶିମିଳିଗୁଡ଼ା କଲେଜ ପଦ୍ମନ ହନ୍ତାଳ, ପାରଳାଖେମୁଣ୍ଡି ଏସ. କେ. ସି. ଜି କଲେଜର ନିର୍ମଳ ଜେନା, ବ୍ରହ୍ମପୁର ସିଟି କଲେଜର ରୁଦ୍ର ନାରାୟଣ ବିଷୋୟୀ ରହିଥିବା ବେଳେ ପୁରୁଷ ମ୍ୟାନେଜର ଭାବେ କୁଣ୍ଡୁରା ବିଜୁ ପଟ୍ଟନାୟକ କଲେଜର ପି ଇ ଟି ସୁଧାଂଶୁ କୁମାର ପଣ୍ଡା, କୋଚ ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ରାଜେଶ କୁମାର ମହାନ୍ତି, ମହିଳା ପକ୍ଷରୁ ମ୍ୟାନେଜର ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ରବି ଚରଣ ମିଶ୍ର, କୋଚ ଭାବେ ସୁନିତା ପାତ୍ର ଦଳରେ ଗସ୍ତ କରିଛନ୍ତି। କ୍ରୀଡ଼ା ପରିଷଦ ପକ୍ଷରୁ କୁଳପତି ପ୍ରଫେସର ଗିତାଞ୍ଜଳୀ ଦାଶ,କ୍ରୀଡ଼ା ପରିଷଦ ସମ୍ପାଦକ ଡ.ସାରଦା ପ୍ରସାଦ ସାହୁ,ପ୍ରଦୀପ କୁମାର ନାୟକ, ଏସ. କ୍ରୀଷ୍ଣା ରେଡି, ମନୁ ପାଢ଼ୀ, ଧନୁ ଦାଶ, ଡ଼. ସୁବାଷ ଚନ୍ଦ୍ର ପରିଡ଼ା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories