www.samajalive.in
Saturday, December 13, 2025
18.1 C
Bhubaneswar

ବିଜୟ କୃଷ୍ଣ ମହାନ୍ତିଙ୍କ ସ୍ମୃତିରେ ଜୀବନବ୍ୟାପୀ ସାଧନା ପୁରସ୍କାର ନାଁ ପରିବର୍ତ୍ତନ କଲା ଏସଜିଏଟି

ଭୁବନେଶ୍ବର : ଦ ସୋସାଇଟି ଅଫ୍ ଜିଓସାଇଣ୍ଟିଷ୍ଟ୍ ଆଣ୍ଡ୍ ଆଲାଇଡ୍ ଟେକ୍ନୋଲୋଜିଷ୍ଟ(ଏସଜିଏଟି)ର  ପ୍ରତିଷ୍ଠାତା ସ୍ବର୍ଗତ ବିଜୟ କୃଷ୍ଣ ମହାନ୍ତିଙ୍କ ସ୍ମୃତିରେ କମ୍ପାନୀ ନିଜ ଜୀବନବ୍ୟାପୀ ସାଧନା ପୁରସ୍କାର ନାଁ ପରିବର୍ତ୍ତନ କରି ‘ବି.କେ ମହାନ୍ତି ମୋମୋରିଆଲ୍ ଏସଜିଏଟି ଆଓ୍ବାର୍ଡ’ ରଖିଛି । ଭୁବନେଶ୍ବର ସ୍ଥିତ ମେ ଫେୟାରରେ ପୁରସ୍କାର ବିତରଣ ଉତ୍ସବରେ ଏହି ପୁରସ୍କାରର ନାଁ ପରିବର୍ତ୍ତନ ହେବା ସହ ଭାରତୀୟ ଭୁବୈଜ୍ଞାନିକ ସର୍ବେକ୍ଷଣର ପୂର୍ବତନ ମହାନିର୍ଦ୍ଦେଶକ ଶିଶିର ଚନ୍ଦ୍ର ରଥଙ୍କୁ ଏହା ପ୍ରଦାନ କରାଯାଇଛି ।

ସ୍ବର୍ଗତ ବିଜୟକୃଷ୍ଣ ମହାନ୍ତିଙ୍କ ପୁଅ ସ୍ବରାଜ ମହାନ୍ତି, ସ୍ବଦେଶ ମହାନ୍ତି, କନ୍ୟା ରାଧା ମହାନ୍ତି ଏବଂ ବୋହୁ ଅଞ୍ଜଳି ମହାନ୍ତି, ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଜୀବନବ୍ୟାପୀ ସାଧନା ପୁରସ୍କାରର ନାମକରଣ ନେଇ ଏସଜିଏଟିର ଯୁଗ୍ମ ସଚିବ କହିଥିଲେ କି ଏହା ବିଜୟକୃଷ୍ଣ ମହାନ୍ତିଙ୍କ ଦୃଷ୍ଟିକୋଣ ଓ ପରିଶ୍ରମ ଏହା ଫଳ । ଏହା ଆମ ସମସ୍ତଙ୍କୁ ଆଗକୁ ବଢିବାରେ ପ୍ରେରଣା ଦେବ ବୋଲି ସେ କହିଥିଲେ ।  ପୁରସ୍କାର ବିତରଣ ଉତ୍ସବରେ କାର୍ଯ୍ୟାଳୟର କର୍ମଚାରୀ, ବିଭିନ୍ନ କ୍ଷେତ୍ରର ମାନ୍ୟଗଣ୍ୟ ବ୍ୟକ୍ତି ଓ ଅନ୍ୟ ଅତିଥିବୃନ୍ଦ ଉପସ୍ଥିତ ଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories