www.samajalive.in
Sunday, December 14, 2025
16.1 C
Bhubaneswar

ନୀଳାଦ୍ରିବିହାର ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ, ଶାଢୀ ଡ୍ରିଲ୍ ଓ ଝଲରୀ ନୃତ୍ୟ ପ୍ରଦର୍ଶନ

ଭୁବନେଶ୍ୱର: ନୀଳାଦ୍ରିବିହାର ସେକ୍ଟର ତିନି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୫ମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଦୀନବନ୍ଧୁ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ ଉଦଘାଟନ କରି ଶିଶୁମାନେ ପାଠ ପଢିବା ସହିତ କ୍ରୀଡାକୁଦ ଉପରେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ କେଦାର ଚନ୍ଦ୍ର ନାଥ ଓ ନିର୍ମଳ ଚନ୍ଦ୍ର ପଣ୍ଡା ଯୋଗଦେଇ ଶିଶୁ ମାନଙ୍କର ଯେଉଁ ଖେଳ ଉପରେ ରୁଚି ରହୁଛି ସେ ଖେଳ ପାଇଁ ଅଭିଭାବକମାନେ ସୁବିଧା ସୁଯୋଗ ଦେବା ଆବଶ୍ୟକ ବୋଲି କହିଥିଲେ।

ପ୍ରଥମେ ଛାତ୍ରଛାତ୍ରୀମାନେ ଯୋଗଚାପ୍, ଡ୍ରମବେଲ୍, ଶାଢୀ ଡ୍ରିଲ୍ ଓ ଝଲରୀ ନୃତ୍ୟ ପ୍ରଦର୍ଶନ କରିଥିଲେ। ପରେ ବିଭିନ୍ନ ପ୍ରକାର କ୍ରୀଡାକୁଦ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ସାମ୍ବାଦିକ ସୁକାନ୍ତ କୁମାର ରାଉତ ଯୋଗଦେଇ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। କ୍ରୀଡାକୁଦକୁ ଶୁଭଲକ୍ଷ୍ମୀ, ରାଜଲକ୍ଷ୍ମୀ, ଅନ୍ନପୂର୍ଣ୍ଣା, ସୁଚିତ୍ରା, ଶିବାନୀ, ପ୍ରିୟଦର୍ଶନୀ ଗୁରୁମା ଓ ଗୁରୁଜୀ ଅଶୋକ ଲେଙ୍କା ପରିଚାଳନା କରିଥିଲା ବେଳେ ଗୁରୁମା ଦିପ୍ତିମୟୀ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories