www.samajalive.in
Sunday, December 14, 2025
26.1 C
Bhubaneswar

ଆସିଲା ନୂଆ ଏସପି୧୬୦, ଟଚ୍ ସ୍କ୍ରିନ୍ ସହ ମିଳିବ ଫୋନ୍ ଚାର୍ଜିଂ ଓ ବ୍ଲୁଟୁଥ୍

ନୂଆଦିଲ୍ଲୀ : ହୋଣ୍ଡା ୨୦୨୫ ପାଇଁ ନିଜ ପପୁଲାର ମୋଟରସାଇକେଲ ୨୦୨୫ ହୋଣ୍ଡା ଏସପି୧୬୦ କୁ ଭାରତରେ ଲଞ୍ଚ୍ କରିଦେଇଛି । ଏହାର ଦାମ୍ ଯଥାକ୍ରମେ ସିଙ୍ଗଲ-ଡିସ୍କ ଭାରିଆଣ୍ଟ ପାଇଁ ୧,୨୧,୯୫୧ ଟଙ୍କା(ଏକ୍ସ-ଶୋରୁମ୍) ଓ ଡୁଆଲ ଡିସ୍କ ଭାରିଆଣ୍ଟ ପାଇଁ ୧,୨୭,୯୫୬(ଏକ୍ସ-ଶୋରୁମ୍) ରଖାଯାଇଛି । ଏହି ବାଇକ ଏବେ ପୂର୍ବ ଅପେକ୍ଷା ୩ ହଜାର ଟଙ୍କାରୁ ୪୬୦୫ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଯାଇଛି ।

୨୦୨୫ ମଡେଲରେ ମୋଟରସାଇକେଲର ସାମ୍ନା ଡିଜାଇନ ପୂର୍ବ ଅପେକ୍ଷା ଅଧିକ ସାର୍ପ ଓ ଆକର୍ଷକ କରାଯାଇଛି । ନୂଆ ହେଡଲ୍ୟାମ୍ପ ସେକ୍ସନ ଏହାକୁ ଅଧିକ ଷ୍ଟାଇଲିସ୍ ଲୁକ୍ ଦେଉଛି । ତେବେ ବଡିଓ୍ବର୍କରେ କୌଣସି ବଡ ପରିବର୍ତ୍ତନ କରାଯାଇନି । ଏଥିରେ ରେଡିଏଣ୍ଟ ରେଡ୍ ମେଟାଲିକ୍, ପର୍ଲ ଇଗ୍ନିୟନ୍ ବ୍ଲାକ୍, ପର୍ଲ ଡିପ୍ ଗ୍ରାଉଣ୍ଡ ଗ୍ରେ ଓ ଆଥଲେଟିକ୍ ବ୍ଲୁ ମେଟାଲିକ୍ ଭଳି ରଙ୍ଗର ବିକଳ୍ପ ସାମିଲ ।

- Advertisement -

ଏଥର ହୋଣ୍ଡା ଏସପି ୧୬୦ରେ ୪.୨ ଇଞ୍ଚର ଟିଏଫଟି ସ୍କ୍ରିନ୍ ମିଳିବ ଯାହା ବ୍ଲୁଟୁଥ୍ କନେକ୍ଟିଭିଟି ଓ ହୋଣ୍ଡା ରୋଡସିଙ୍କ ଆପ୍ କନେକ୍ଟିଭିଟି ସହିତ ଆସିବ । ଏହା ଆପଣଙ୍କୁ ଟର୍ଣ୍ଣ ବାଏ ଟର୍ଣ୍ଣ ନେଭିଗେସନ, କଲ୍ ଓ ଏସଏମଏସ୍ ଆଲର୍ଟ ମ୍ୟୁଜିକ୍ ପ୍ଲେବ୍ୟାକ୍ ଭଳି ଫିଚର ଅଫର କରିବ । ଏହା ବ୍ୟତୀତ ଏଥିରେ ୟୁଏସବି ଟାଇପ୍-ସି ଚାର୍ଜିଂ ପୋର୍ଟ ଦିଆଯାଇଛି । ୧୬୨.୭୧ ସିସିର ଏୟାର କୁଲ୍ଡ ଇଞ୍ଜିନ ମିଳିବ ଯାହା ୧୩ ବିଏଚପିର ପାଓ୍ବର ଓ ୧୪.୮ ଏନଏମର ଟର୍କ ଉତ୍ପନ କରିବ । ଏହାର ସିଙ୍ଗଲ ଡିସ୍କ ଭାରିଆଣ୍ଟର ଦାମ୍ ୧,୨୧,୯୫୧ ଟଙ୍କା ଥିବାବେଳେ ଡୁଆଲ ଡିସ୍କ ଭାରିଆଣ୍ଟର ଦାମ୍ ୧,୨୭,୯୫୬ ଟଙ୍କା ରଖିଛି କମ୍ପାନୀ ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories