www.samajalive.in
Saturday, December 13, 2025
26.1 C
Bhubaneswar

ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର୍ମର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ବିପଦସଙ୍କୁଳ ଅବସ୍ଥାରେ ରହିଛି। ସଦରଠାରୁ ଭୈରବୀ ସାହି ଦେଇ ନୂତନ ସ୍ୱାସ୍ଥ୍ୟକେନ୍ଦ୍ରକୁ ବିଦ୍ୟୁତ ଦିଆଯାଇଛି। ସେଠାରେ ଏକ ଟ୍ରାନ୍ସଫର୍ମର ବସାଯାଇଛି। ସେହି ଟ୍ରାନ୍ସଫର୍ମରର ଚତୁଃପାର୍ଶ୍ବରେ ବାଡ଼ ଦିଆଯାଇଛି, କିନ୍ତୁ ତାର ଚାରିଆଡ଼େ ଗଛଲତା ମାଡ଼ିଯାଇ ଟ୍ରାନ୍ସଫର୍ମରକୁ ଲାଗିଯାଇଛି। ତାହାକୁ ସଫା କରାଯାଇନାହିଁ। ଏହାକୁ ତୁରନ୍ତ ସଫା କରାଯାଉ। ସଫା କରା ନ ଗଲେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାତାୟତ କରୁଥିବା ଲୋକଙ୍କ ଉପରେ ବିପଦ ରହିଛି। ଏହାର ନିକଟରେ ଅନ୍ୟ ଏକ ଟ୍ରାନ୍ସଫର୍ମର ରହିଛି, ତାହା ଢଳିବା ପରିସ୍ଥିତିରେ ରହିଛି।ତାର ଚତୁଃପାଶ୍ୱର୍ରେ ବାଡ଼ କରାଯାଇନାହଁ। ଟ୍ରାନ୍ସଫର୍ମର ତଳକୁ ବିଦ୍ୟୁତ ତାର ସବୁ ଖୋଲାରେ ରହିଛି। ଯଦି ହଠାତ ଉକ୍ତ ବିଦ୍ୟୁତ ଖୁଣ୍ଟ ଦେଇ କୌଣସି ପଶୁ ବା ଗାଈ ଗୋରୁ ଚାଲି ଯାଆନ୍ତି, ତାହେଲେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୁତ୍ୟୁ ଘଟିଲେ କିଏ ଦାୟୀ ରହିବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଏଥିପ୍ରତି ବିଦ୍ୟୁତ ଟିପିଏସଓଡିଏଲର କର୍ମଚାରୀମାନେ ଦୃଷ୍ଟି ଦେଇ ତୁରନ୍ତ ବିଦ୍ୟୁତ ଟ୍ରାନ୍ସଫର୍ମର ସଫେଇ କରିବା ସହ ଅନ୍ୟ ଟ୍ରାନ୍ସଫର୍ମର ସଜାଡ଼ିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories