www.samajalive.in
Saturday, December 13, 2025
26.1 C
Bhubaneswar

ଚିନ୍ତାରେ ଅମ୍ବାନୀ, ଧିରେ ଧିରେ କମୁଛନ୍ତି ‘ଜିଓ’ ଉପଭୋକ୍ତା

ନୂଆଦିଲ୍ଲୀ : ବ୍ୟବସାୟୀ ତଥା ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଅଛନ୍ତି । ତାଙ୍କ କମ୍ପାନୀ ରିଲାଏନ୍ସ ଜିଓ ଭାରତର ଜଣାଶୁଣା ଟେଲିକମ୍ କମ୍ପାନୀ । ତେବେ କମ୍ପାନୀର ଗ୍ରାହକଙ୍କ ସଂଖ୍ୟା ଲଗାତର କମିବାରେ ଲାଗିଛି। ଟେଲିକମ୍ ରେଗୁଲେଟରୀ ଅଥୋରିଟି ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା କମ୍ପାନୀ ୩୭.୬ ଲକ୍ଷ ମୋବାଇଲ ଗ୍ରାହକ ହରାଇ ଦେଇଛି । କେବଳ ଏତିକି ନୁହେଁ, ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍ ଗତ ୪ ମାସରେ ପ୍ରାୟ ୧.୬୫ କୋଟି ଗ୍ରାହକ ହରାଇ ଦେଇଛି ।

ତେବେ କମ୍ପାନୀ ଗ୍ରାହକ ହରାଇବା ସତ୍ତ୍ବେ ୩୯.୯ ପ୍ରତିଶତ ବଜାର ଭାଗିଦାରୀ ସହ ଏକ ନମ୍ବରରେ ରହିଛି । ଭାରତୀ ଏୟାରଟେଲର ବଜାର ଭାଗିଦାରୀ ୩୩.୫ ପ୍ରତିଶତ । ଏୟାରଟେଲର ଗ୍ରାହକ ସଂଖ୍ୟା ଅକ୍ଟୋବରରେ ୧୯.୨୮ ଲକ୍ଷ ବଢିଛି । ତେବେ ସେପ୍ଟେମ୍ବରରେ ୧୪.୩୫ ଲକ୍ଷ ଗ୍ରାହକ କମିଥିଲେ । ଭୋଡାଫୋନ୍-ଆଇଡିଆ ମଧ୍ୟ ୧୯.୭୭ ଲକ୍ଷ ୟୁଜର ହରାଇଛି । ଏହାର ବଜାର ଭାଗିଦାରୀ ୧୮.୩୦ ପ୍ରତିଶତ । ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ ଓ ଏମଟିଏନଏଲର ବଜାର ଭାଗିଦାରୀ ମାତ୍ର ୮.୨୨ ପ୍ରତିଶତ । କମ୍ପାନୀ ଅକ୍ଟୋବରରେ ୫ ଲକ୍ଷ ଗ୍ରାହକ ଯୋଡିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories