www.samajalive.in
Thursday, December 11, 2025
15.1 C
Bhubaneswar

୨୭ରେ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟ, ଘଟଗାଁ ବିଡିଓଙ୍କୁ ଦାୟିତ୍ୱ ନ୍ୟସ୍ତ

କେନ୍ଦୁଝରଗଡ଼: କେନ୍ଦୁଝର ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାଏକଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ଆସନ୍ତା ୨୭ ତାରିଖ ବ୍ଲକ କାର୍ଯ୍ୟାଳୟରେ ଭୋଟ ଗ୍ରହଣ କରାଯିବ। ଓଡ଼ିଶା ପଞ୍ଚାୟତ ସମିତି ଆଇନ, ୧୯୫୯ର ଧାରା ୪୬-ଖ ଅନୁଯାୟୀ ଆସନ୍ତା ୨୭ ତାରିଖ ପୂର୍ବାହ୍ନ ୧୧ଟାରେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବାନେଇ କେନ୍ଦୁଝର ଉପଜିଲାପାଳ ନୋଟିସ୍‌‌ ଜାରି କରିଛନ୍ତି। ନିରପେକ୍ଷତା ଦୃଷ୍ଟିରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଘଟଗାଁ ତଥା ସ୍ୱତନ୍ତ୍ର କ୍ଷମତାପ୍ରାପ୍ତ ଅଧିକାରୀ ଭାଗବତ ପ୍ରସାଦ ମହାପାତ୍ରଙ୍କୁ ଏହି ଅନାସ୍ଥା ବୈଠକରେ ଅଧ୍ୟକ୍ଷତା କରିବାକୁ ଆଦେଶ ହୋଇଛି। ସଦର ବିଧାୟକ ଓ ଲୋକସଭା ସଦସ୍ୟଙ୍କ ସମେତ ସଦର ବ୍ଲକର ୨୫ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟଙ୍କୁ ମିଶାଇ ମୋଟ ୫୨ଜଣ ଏହି ଅନାସ୍ଥା ପ୍ରସ୍ତାବ ବୈଠକରେ ଉପସ୍ଥିତ ରହି ନିଜ ନିଜର ମତ ସାବ୍ୟସ୍ତ କରିବାକୁ ଥିବାବେଳେ ଅନାସ୍ଥାରେ ପଦ ବଜାୟ ରଖିବାକୁ ହେଲେ ମ୍ୟାଜିକ୍‌‌ ସଂଖ୍ୟକ ଭୋଟ ସହ ପଞ୍ଚାୟତ ସମିତି ଅଧ୍ୟକ୍ଷା ଭୁବନେଶ୍ୱରରେ ଗତ କିଛିଦିନ ଧରି ଡେରା ପକାଇଛନ୍ତି। ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାଏକ ଓ ଉପାଧ୍ୟକ୍ଷ ଦିଲ୍ଲୀପ କୁମାର ବେହେରା ଉଭୟ ବିଜେଡି ସମର୍ଥନରେ ବିଜୟୀ ହୋଇ କ୍ଷମତାସୀନ ହୋଇଥିବାବେଳେ ଗତ ସାଧାରଣ ନିର୍ବାଚନରେ ବିଜେପି ସରକାର ଗଠନ ସହ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବାପରେ ଅନାସ୍ଥାର ସମ୍ମୁଖୀନ ହୋଇ ଗାଦିଚ୍ୟୁତ ଆଶଙ୍କାରେ ଉଭୟ ନେତା ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେବା ସେତେବେଳେ ବେଶ୍‌‌ ଚର୍ଚ୍ଚାର ବିଷୟ ହୋଇଥିଲା। ଏଭଳି ସ୍ଥିତିରେ ଖୋଦ୍‌‌ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିଜ ନିର୍ବାଚନମଣ୍ଡଳୀ ତଥା ନିଜ ବ୍ଲକର ଦଳୀୟ ଆନୁଗତ୍ୟ ଥିବା ବ୍ଲକ ଅଧ୍ୟକ୍ଷାଙ୍କ ପଦ କିଭଳି ବଜାୟ ରହିବ ସେ ନେଇ ଶାସକ ବିଜେପିର ନେତୃବୃନ୍ଦ ଅଣ୍ଟା ଭିଡ଼ିଥିବାବେଳେ ରାଜନୈତିକ ବାତାବରଣ ଅଧିକ ଉଷ୍ମ ହୋଇଛି।

ସୂଚନାଯୋଗ୍ୟ ଯେ, ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାଏକଙ୍କ ବିରୋଧରେ ମନମୁଖୀ କାର୍ଯ୍ୟକଳାପ ସାଙ୍ଗକୁ ଦୀର୍ଘ ଅଢ଼େଇ ବର୍ଷ ପରେ ମଧ୍ୟ ପଞ୍ଚାୟତମାନଙ୍କରେ ଉନ୍ନୟନମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍‌‌ ହୋଇପଡ଼ିବା ଏବଂ ଧାର୍ଯ୍ୟ ସମୟ ମଧ୍ୟରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ନ କରିବା ଆଦି ଅଭିଯୋଗ ହୋଇଛି। ଏହା ପ୍ରତିବାଦରେ ଶିରିଷପାଳ ସମିତିସଭ୍ୟା ତଥା ପୂର୍ବତନ ସଦର ବ୍ଲକ ଅଧ୍ୟକ୍ଷା ସସ୍ମିତାରାଣୀ ସିଂହ ଓ ପଳାଶପଙ୍ଗା ସମିତିସଭ୍ୟ ସଞ୍ଜୟ କୁମାର ନାଏକଙ୍କ ନେତୃତ୍ୱରେ ସଦର ବ୍ଲକର ମୋଟ ୨୫ ପଞ୍ଚାୟତ ମଧ୍ୟରୁ ୧୬ଜଣ ସମିତିସଭ୍ୟ ଓ ୧୧ଜଣ ସରପଞ୍ଚଙ୍କୁ ମିଶାଇ ମୋଟ ୨୭ଜଣ ନିର୍ବାଚିତ ପ୍ରତିନିଧି ଏହି ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories