www.samajalive.in
Saturday, December 13, 2025
26.1 C
Bhubaneswar

ଅମାନବୀୟ: ଯୁବକଙ୍କୁ ମାଡ଼ ମାରିଲେ, ଛେପ ଚାଟିବାକୁ ବାଧ୍ୟକଲେ; ଭିଡିଓ ପ୍ରଘଟ ପରେ ମାମଲା ରୁଜୁ

ସମାଜ ଡିଜିଟାଲ ଡେସ୍କ:  ଜଣେ ଯୁବକଙ୍କୁ କିଛି ଯୁବକ ନିସ୍ତୁକ ମାଡ଼ ମାରିଲେ। କାନ ଧରି ଆଣ୍ଠେଇଦେବା ସହିତ ଭୂମିରେ ପଡ଼ିଥିବା ଛେପକୁ ଚାଟିବାକୁ ବାଧ୍ୟ କଲେ। ଏଭଳି ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି ବିହାରରୁ। ଘଟଣାର ଦୃଶ୍ୟ ସମ୍ବଳିତ ଏକ ଭିଡିଓ ସାମାଜିକ ଗଣମାଧ୍ୟମ ଫେସବୁକରେ ପ୍ରଘଟ ହେବା ପରେ ପୀଡ଼ିତ ଯୁବକଙ୍କ ପରିବାର ଲୋକେ ଏ ସମ୍ପର୍କରେ ଥାନାର ଦ୍ଵାରସ୍ଥ ହୋଇଛନ୍ତି। ପୁଲିସ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇ ୮ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି।

ବିହାରର ମୁଜାଫରପୁର ଅଞ୍ଚଳରେ ଥିବା ଏକ କଲେଜ କ୍ୟାମ୍ପସ ପରିସରରେ ଗତ ୧୬ ତାରିଖରେ ଏହି ଘଟଣା ଘଟିଛି। ପୀଡ଼ିତ ଯୁବକଙ୍କ ମା’ ଥାନାରେ କରିଥିବା ଅଭିଯୋଗ ଅନୁସାରେ, ତାଙ୍କ ପୁଅ ଘର କାମରେ ବାହାରକୁ ଯାଇଥିଲା। ବାଟରେ ଅଭିଯୁକ୍ତମାନେ ତାଙ୍କୁ ଘେରିଯାଇ ବିନା କାରଣରେ ମାଡ଼ ମାରିଥିଲେ। ପରେ କଲେଜ ପରିସର ପଡ଼ିଆକୁ ନେଇଯାଇ ସେଠାରେ ତାଙ୍କୁ ଅଣ୍ଠେଇ ଦେଇ ଏଭଳି ଅମାନୁଷିକ କାର୍ଯ୍ୟ କରାଇବା ସହିତ ତାହାର ଭିଡିଓ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ପ୍ରଘଟ କରିଥିଲେ। ଘଟଣା ବିଷୟରେ କାହାକୁ କହିଲେ ୧୫ ଦିନ ଭିତରେ ଜୀବନରୁ ମାରିଦେବୁ ବୋଲି ଅଭିଯୁକ୍ତମାନେ ଧମକ ଦେଇଥିଲେ। ବହୁ ଲୋକ ସେଠାରେ ଏହି ଦୃଶ୍ୟ ଦେଖୁଥିଲେ ବି କେହି ପ୍ରତିବାଦ କରିବାକୁ ଆଗେଇ ଆସି ନ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories