www.samajalive.in
Friday, December 12, 2025
16.1 C
Bhubaneswar

ରାମ ଜନ୍ମଭୂମି ମୁଖ୍ୟ ପୂଜକଙ୍କୁ ଆଜୀବନ ମିଳିବ ଦରମା: ପ୍ରଥମେ ମିଳୁଥିଲା ୧୦୦ ଟଙ୍କା, ଏବେ ମିଳୁଛି..

ଅଯୋଧ୍ୟା: ଅଯୋଧ୍ୟାସ୍ଥିତ ରାମ ଜନ୍ମଭୂମିରେ ଗତ ୩୪ ବର୍ଷ ଧରି ମୁଖ୍ୟ ପୂଜକ ଦାୟିତ୍ଵ ତୁଲାଇ ଆସୁଥିବା ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କୁ ଆଜୀବନ ଦରମା ପ୍ରଦାନ କରିବ ଟ୍ରଷ୍ଟ। ତେବେ ସତ୍ୟେନ୍ଦ୍ର ଦାସଙ୍କ ବୟସ ବୃଦ୍ଧି ସାଙ୍ଗକୁ ସ୍ୱାସ୍ଥ୍ୟାବସ୍ଥା ଖରାପ ରହୁଥିବାରୁ ରାମ ମନ୍ଦିର ଟ୍ରଷ୍ଟ ତାଙ୍କୁ କାର୍ଯ୍ୟଭାରରୁ ମୁକ୍ତ ହେବାକୁ ଅନୁରୋଧ ମଧ୍ୟ କରିଛି। ମୁଖ୍ୟ ପୂଜକ ପୂର୍ବ ପରି ଯେତେବେଳେ ଚାହିଁବେ ସେତେବେଳେ ରାମ ମନ୍ଦିର ଆସିପାରିବେ ଏବଂ ପୂଜାର୍ଚ୍ଚନା କରିପାରିବେ ସେଥିରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।

ନଭେମ୍ବର ୨୫ରେ ଅନୁଷ୍ଠିତ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ଗତ ୩୪ ବର୍ଷ ଧରି ରାମ ମନ୍ଦିରରେ ସେବା କରୁଥିବା ଆଚାର୍ଯ୍ୟ ସତ୍ୟେନ୍ଦ୍ରଙ୍କୁ କାର୍ଯ୍ୟମୁକ୍ତ ହେବାକୁ ଅନୁରୋଧ କରାଯିବା ଉଚିତ୍। ସତ୍ୟେନ୍ଦ୍ର ଦାସଙ୍କୁ ୮୭ ବର୍ଷ ବୟସ ହେଲାଣି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଭଲ ରହୁନାହିଁ, ତେଣୁ ତାଙ୍କୁ ସେବାମୁକ୍ତ ହେବାକୁ ଅନୁରୋଧ କରାଯିବା ଉଚିତ୍। ବୈଠକରେ ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ, ବର୍ତ୍ତମାନ ତାଙ୍କୁ ଯେଉଁ ଦରମା ଦିଆଯାଉଛି, ତାହା ଆଜୀବନ ଦିଆଯିବ। ଟ୍ରଷ୍ଟର ସମସ୍ତ ପଦାଧିକାରୀ ମଧ୍ୟ ଏଥିରେ ସହମତ ହୋଇଛନ୍ତି।

- Advertisement -

ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କୁ ଆରମ୍ଭରୁ ମାସକୁ ୧୦୦ ଟଙ୍କା ଦରମା ପ୍ରଦାନ କରାଯାଉଥିଲା। ୨୦୧୮ ପର୍ଯ୍ୟନ୍ତ ତାଙ୍କୁ ମାସିକ ୧୨ ହଜାର ଟଙ୍କା ବେତନ ମିଳୁଥିଲା, କିନ୍ତୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଦରମା ବଢି ୩୮୫୦୦ ଟଙ୍କା ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories