www.samajalive.in
Wednesday, December 10, 2025
16.1 C
Bhubaneswar

ଟ୍ରେନ୍‍ ୧୮ ଟିକେଟ୍‍ ଦର ଶତାବ୍ଦୀ ଏକ୍ସପ୍ରେସରୁ ଅଧିକ ହେବ

ନୂଆଦିଲ୍ଳୀ: ଲୋକାର୍ପଣ ଅପେକ୍ଷାରେ ଥିବା ଟ୍ରେନ୍‍ ୧୮ର ଟିକେଟ୍‍ ମୂଲ୍ୟ ଶତାବ୍ଦୀ ଏକ୍ସପ୍ରେସର ଟିକେଟ ମୂଲ୍ୟଠାରୁ ମଧ୍ୟ ଅଧିକ ହେବ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବୁଲେଟ୍‍ ଟ୍ରେନ୍‍ ୧୮ର ପରୀକ୍ଷଣ ସରିଯାଇଥିବା ବେଳେ ଲୋକାର୍ପଣ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସମୟ ମଗାଯାଇଥିବା ଜଣାପଡ଼ିଛି। ବଜେଟ୍‍ ଅଧିବେଶନ ପରେ ପ୍ରଧାନମନ୍ତ୍ରୀ ଏହାର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରାଥମିକ ପର୍ଯ୍ୟାୟରେ ନୂଆଦିଲ୍ଳୀରୁ ବାରାଣସୀକୁ ଏହି ଟ୍ରେନ ଚଳାଚଳ କରିବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ୭୫୫ କିମି ବିଶିଷ୍ଟ ଏହି ଦୂରତାକୁ ଟ୍ରେନ୍‍ ୧୮ ମାତ୍ର ୮ ଘଣ୍ଟା ମଧ୍ୟରେ ଅତିକ୍ରମ କରିବ। ଟ୍ରେନ୍‍ର ଏକ୍ସିକ୍ୟୁଟିଭ୍‍ ଓ ଚେୟାର କ୍ଲାସର ଟିକେଟ୍‍ ମୂଲ୍ୟ ୨,୮୦୦ ରୁ ୨,୯୦୦ ଟଙ୍କା ମଧ୍ୟରେ ହେବ। ଏବେ ଦେଶର ସବୁଠାରୁ ମହଙ୍ଗା ଟ୍ରେନ୍‍ ଭାବେ ପରିଗଣିତ ଶତାବ୍ଦୀ ଏକ୍ସପ୍ରେସର ଟିକେଟ୍‍ ମୂଲ୍ୟ ତୁଳନାରେ ଏହା ୫୦% ଅଧିକ। ଚେନ୍ନାଇ ସ୍ଥିତ ଇଣ୍ଟିଗ୍ରାଲ୍‍ କୋଚ୍‍ ଫ୍ୟାକ୍ଟ୍ରି ଦ୍ୱାରା ନିର୍ମିତ ଏହି ଇଞ୍ଜିନ ବିହୀନ ଟ୍ରେନ୍‍ ଲକ୍ଷେ୍ନø ସ୍ଥିତ ରିସର୍ଚ୍ଚ ଡିଜାଇନ୍‍ ଆଣ୍ଡ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ୍‍ ଦ୍ୱାରା ପରୀକ୍ଷଣ କରାଯାଇଛି। ଘଣ୍ଟାକୁ ସର୍ବାଧିକ ୨୦୦ କିମି ବେଗରେ ଯାତ୍ରା କରିପାରୁଥିବା ଏହି ଟ୍ରେନ୍‍ରେ ବାୟୋ ଟଏଲଟ୍‍, ୱାଇଫାଇ, ଜିପିଏସ୍‍ ସିଷ୍ଟମ ସହିତ ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories