www.samajalive.in
Monday, December 8, 2025
24.1 C
Bhubaneswar

ଧନ ବୃଦ୍ଧିର ଚମତ୍କାରୀ ଶକ୍ତି କଇଁଚ !

ପ୍ରତି ଘରେ କିଛି ନା କିଛି ବାସ୍ତୁ ଦୋଷ ଅବଶ୍ୟ ରହିଥାଏ । ଯାହା ଫଳରେ ପରିବାର ସଦସ୍ୟଙ୍କ ଉନ୍ନତି ହୋଇନଥାଏ । ପ୍ରତିଦିନ କୌଣସି ନା କୌଣସି ସମସ୍ୟା ଲାଗି ରହିଥାଏ । ଘର ଲୋକଙ୍କ ଖୁସୀ ଓ ସୁଖ ସମୃଦ୍ଧି ପାଇଁ ଫେଙ୍ଗଶୁଇ କଇଁଚର ପ୍ରୟୋଗ ଉତ୍ତମ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି । ତେବେ ଆସନ୍ତୁ ଜାଣିବା ଘରେ କଇଁଚ ରଖିବାର ସୁଫଳ ବିଷୟରେ…

ଫେଙ୍ଗଶୁଇ କଇଁଚ କ’ଣ ?

- Advertisement -

କଇଁଚ ଘରେ ଓ ବେପାରରେ ଧନ ବୃଦ୍ଧିରେ ସହାୟକ ହୋଇଥାଏ । ଧନ ବୃଦ୍ଧିର ଏକ ଅଦ୍ଭୁତ ବା ଚମତ୍କାର ଶକ୍ତି କଇଁଚରେ ରହିଛି । କଇଁଚର ମୁହଁରେ ଏକ ମୁଦ୍ରା ରହିଥାଏ । ବ୍ରହ୍ମାଣ୍ଡର ସମସ୍ତ ସକାରାତ୍ମକ ଶକ୍ତି ମଧ୍ୟରୁ ଏକ ପ୍ରକାରର ସକାରାତ୍ମକ ଶକ୍ତି କଇଁଚରେ ରହିଛି ।

ଜଳ ଓ ସ୍ଥଳ ଉଭୟ ସ୍ଥାନରେ କଇଁଚ ରହିଥାଏ । ପୃଥିବୀ ଉପରେ କଇଁଚ ନିଜ ପ୍ରତିଭାରେ ଶକ୍ତି ଉତ୍ପନ୍ନ କରିଥାଏ । କଇଁଚ ଆଣିବା ଦ୍ବାରା ଘର, କାର୍ଯ୍ୟାଳୟ, ଫ୍ୟାକ୍ଟ୍ରି, ଦୋକାନ ଏବଂ ବେପାର ସ୍ଥଳରେ ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ଯାହା ଫଳରେ ସେହି ସ୍ଥାନର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ । ଧନ ଉପାର୍ଜନାର କ୍ଷମତା ବୃଦ୍ଧି ହୋଇଥାଏ । ମାନସିକ ଚିନ୍ତା ଦୂର ହୋଇଥାଏ ଏବଂ ବନ୍ଦ ହୋଇ ପଡିଥିବା ପଡିକାର୍ଯ୍ୟ ଶୀଘ୍ର ସମ୍ପର୍ଣ୍ଣ ହୋଇଥାଏ । ଧନ ଲାଭ ପାଇଁ ଘରେ, ଫ୍ୟାକ୍ଟ୍ରି ଏବଂ ଦୋକାନରେ ଭିତରକୁ ମୁହଁ କରି କଇଁଚକୁ ଲୁଚାଇ ରଖାଯାଏ ।

କଇଁଚ ଘରର ବାସ୍ତୁ ଦୋଷ ଦୂର କରେ

ଘରର ଦକ୍ଷିଣ ଓ ପଶ୍ଚିମ ମୁଖୀ କେନ୍ଦ୍ରରେ ଏକ କଇଁଚ ରଖିବା ଦ୍ବାରା ବାସ୍ତୁ ଦୋଷ ଦୂର ହୋଇଥାଏ । ଘରର ମଧ୍ୟ ଭାଗରେ କଇଁଚ ରଖିବା ଦ୍ବାରା ନବଗ୍ରହ ସମାନ ଶକ୍ତି ଉତ୍ପନ୍ନ କରିଥାଆନ୍ତି । ଏହା ଦ୍ବାରା ଘରର ସମସ୍ତ ବାସ୍ତୁ ଦୋଷ ଦୂର ହେବା ସହ ଜାତକରେ ସବୁ ଗ୍ରହ ଶୁଭ ସ୍ଥାନରେ ରହିଥାଆନ୍ତି ।

ମୁଖ୍ୟ ଦ୍ବାରରେ ଭିତର ପଟକୁ ମୁହଁ କରି କଇଁଚ ଲଗାନ୍ତୁ । ଏହାଦ୍ବାରା ମାନସିକ ଶାନ୍ତି ମିଳିବା ସହ ବାସ୍ତୁ ଦେଷ ଠିକ୍ ହୋଇଥାଏ । ଯଦି ଆପଣଙ୍କ ବେପାର ଭଲ ଚାଲୁନାହିଁ ବା ଅଫିସରେ କିଛି ସମସ୍ୟା ରହିଛି ତେବେ ଆପଣଙ୍କ ଅଫିସ ଓ ଘରେ ଗୋଟିଏ-ଗୋଟିଏ କଇଁଚ ରଖନ୍ତୁ । ଯେଉଁ ଘରେ କଇଁଚ ରହେ ସେହି ଘରର ଲୋକଙ୍କୁ ରୋଗ ବେମାରୀ ଶୀଘ୍ର ଗ୍ରାସ କରେ ନାହିଁ ।

ପାଠପଢା ଏବଂ ଚାକିରୀରେ ଲାଭ ଦିଏ କଇଁଚ

ଯଦି ଆପଣଙ୍କ ଅଫିସରେ କାମରେ ମନ ଲାଗୁନାହିଁ ବା ଅଫିସରେ ପଦନ୍ନୋତି ହେଉ ନାହିଁ ତେବେ ଅଫିସର ଟେବୁଲ ଉପରେ କଇଁଚ ରଖିଲେ ଲାଭ ମିଳିବ ।

ଯେଉଁ ବିଦ୍ୟାର୍ଥୀଙ୍କ ପାଠରେ ମନ ଲାଗୁନାହିଁ ବା ପାଠପଢାରେ ଉତ୍ତମ ନମ୍ବର ରଖୁନାହାଁନ୍ତି ସେମାନଙ୍କ ପଢା ଟେବୁଲ ଉପରେ କଇଁଚ ରଖିବା ଉଚିତ୍ । ଏହା ଦ୍ବାରା ପାଠରେ ମନ ଲାଗିବା ସହ ପରୀକ୍ଷାରେ ଉତ୍ତମ ନମ୍ବର ଆସିଥାଏ ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories