www.samajalive.in
Thursday, December 11, 2025
16.1 C
Bhubaneswar

ଲାଞ୍ଚ ନେବା ଅଭିଯୋଗରେ ଆରଆଇଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ: ସରକାରୀ କାର୍ଯ୍ୟ ପାଇଁ ଲାଞ୍ଚ ନେବା ଅଭିଯୋଗରେ ଆଜି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଜନୈକ ରାଜସ୍ବ ନୀରିକ୍ଷକଙ୍କୁ ୩ ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି। ଏଥି ସହିତ ୫ ହଜାର ଟଙ୍କାର ଜରିମାନା ପାଇଁ ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ତିିନିମାସ ଜେଲଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣକ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ପଞ୍ଚାୟତର ତତ୍କାଳୀନ ଆର ଆଇ ସୁନୀଲ ଦିଗାଲ।

ସୂଚନା ଅନୁଯାୟୀ, ତୁଡ଼ିପାଜୁ ଅଞ୍ଚଳର ପ୍ରକାଶ ଚନ୍ଦ୍ର ଦେହୁରୀଙ୍କ ଜମିର କାଗଜପତ୍ର ସରଜମିନ ଯାଞ୍ଚ ପାଇଁ ସୁନୀଲ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେ ଏ ନେଇ ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ। ୨୦୨୧, ଜୁଲାଇ ୨୬ ତାରିଖ ଦିନ ଆର ଆଇ ସୁନୀଲ ତାଙ୍କ କାର୍ଯ୍ୟାଳୟରେ ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବ ପ୍ରସ୍ତୁତି ପ୍ରକାରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିଲେ। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୧୨/୨୧ କ୍ରମେ ଏକ ମାମଲା ରୁଜୁ କରାଯାଇ ସୁନୀଲଙ୍କୁ ଗିରଫ କରାଯାଇଥିଲା। ଆଜି ଏହି ମାମଲାର ଶୁଣାଣି କରି ବିଚାରପତି ୧୧ ଜଣଙ୍କର ସାକ୍ଷ୍ୟ ପ୍ରମାଣ ଆଧାରରେ ଦଣ୍ଡାଦେଶ ପ୍ରଦାନ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories