www.samajalive.in
Wednesday, December 10, 2025
16.1 C
Bhubaneswar

ମହଙ୍ଗା ହେବ ପାର୍ଲେ-ଜି ବିସ୍କୁଟ, ଓଜନ ମଧ୍ୟ କମିପାରେ

ନୂଆଦିଲ୍ଲୀ : ପାର୍ଲେ-ଜି ବିସ୍କୁଟ ଦାମ୍ କମ୍ପାନୀ ତରଫରୁ ବଢିବାକୁ ଯାଉଛି । ଏକ ରିପୋର୍ଟରେ ସାମ୍ନାକୁ ଆସିଛି କି ଦେଶର ସବୁଠାରୁ ବଡ ଫୁଡ୍ ପ୍ରଡକ୍ଟ ପ୍ରସ୍ତୁତ କରୁଥିବା କମ୍ପାନୀ ପାର୍ଲେ ଉତ୍ପାଦ ଜାନୁୟାରୀ ୨୦୨୫ରୁ ୫ ପ୍ରତିଶତ ମହଙ୍ଗା ହେବାକୁ ଯାଉଛି । ଏହି ଦାମ୍ ବୃଦ୍ଧି ପାର୍ଲେ-ଜି ବିସ୍କୁଟ ସହିତ ଚକୋଲେଟ୍, ସ୍ନାକ୍ସ ଓ ଅନ୍ୟ ଖାଦ୍ୟ ପେୟ ସାମଗ୍ରୀ ଉପରେ ମଧ୍ୟ ପଡିବ । କମ୍ପାନୀ ତରଫରୁ କରାଯିବାକୁ ଥିବା ଏହି ପରିବର୍ତ୍ତନ ଜାନୁୟାରୀରୁ ଲାଗୁ କରାଯାଇପାରେ ।

ଏକ ରିପୋର୍ଟ ଅନୁସାରେ ପାର୍ଲେ ଉତ୍ପାଦ ତରଫରୁ ନିଜ ସବୁଠାରୁ ଶସ୍ତା ଓ କମ୍ ଦାମର ପ୍ୟାକେଟର ଓଜନ ମଧ୍ୟ କମ୍ କରାଯାଇପାରେ । ପାର୍ଲେ-ଜି ବିସ୍କୁଟର ଓଜନ ୫ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇପାରେ । କଞ୍ଚା ମାଲ୍ ଖର୍ଚ୍ଚ ବଢୁଥିବାରୁ ଏବଂ ପାମ୍ ଅଏଲରେ ଆମଦାନୀ ଶୁଳ୍କ ବଢୁଥିବାରୁ ଦାମ୍ ଉପରେ ପ୍ରଭାବ ପଡୁଛି । ଚିନି, ଗହମ ଓ ଖାଦ୍ୟ ତେଲର ଦାମ୍ ଭାରୀ ବୃଦ୍ଧି ପାଉଛି । ବିସ୍କୁଟ ବ୍ୟତୀତ କମ୍ପାନୀ ନିକଟରେ ରସ୍କ ଓ କେକର ଦାମ୍ ମଧ୍ୟ ୭ରୁ ୮ ପ୍ରତିଶତ ବୃଦ୍ଧି କରିଥିଲା ।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories