www.samajalive.in
Thursday, December 11, 2025
18.1 C
Bhubaneswar

ବସରେ ମହିଳାଙ୍କ ଉଗ୍ର ରୂପ, ଅସଦାଚରଣ କରିବାରୁ ମାରିଲେ ୨୫ ଚାପୁଡା

ପୁଣେ : ସାମାଜିକ ଗଣମାଧ୍ୟମରେ ଏବେ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ଜଣେ ମହିଳା ବସରେ ଜଣେ ବ୍ୟକ୍ତିଙ୍କୁ ଚାପୁଡା ମାରୁଥିବା ନଜର ଆସୁଛନ୍ତି । କୁହାଯାଉଛି କି ଏହି ଭିଡିଓ ପୁଣେର । ମହିଳା ଜଣକ ପୁଣେରେ ଏକ ବସରେ ଯାତ୍ରା କରୁଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ମହିଳାଙ୍କ ସହିତ ଅସଦାଚରଣ କରିଥିଲା । ମହିଳାଜଣକ ରାଗିଯାଇ ତାକୁ ଲଗାତର ଚାପୁଡା ପରେ ଚାପୁଡା ମାରିଚାଲିଲେ ।

- Advertisement -

ମହିଳା ଜଣକ ପୁଣେରେ ଏକ ସ୍କଲରେ ଶିକ୍ଷୟତ୍ରୀ ଅଛନ୍ତି । ମହିଳାଜଣକ ସେହି ବ୍ୟକ୍ତିକୁ ଉଚିତ୍ ଶିକ୍ଷା ଦେଇଥିବାରୁ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି । ଭିଡିଓଟି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ ପ୍ରଶଂସାର ସୁଅ ଛୁଟୁଛି । ସମ୍ପୃକ୍ତ ବ୍ୟକ୍ତି ମଦ୍ୟପାନ କରିଥିବା କୁହାଯାଉଛି । ବସରେ ଥିବା ଅନ୍ୟ ଯାତ୍ରୀମାନେ ମଧ୍ୟ ତାଙ୍କର ଏହି କୁକାର୍ଯ୍ୟ ପାଇଁ ତାଙ୍କୁ ଭର୍ସନା କରିଥିଲେ ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories