www.samajalive.in
Tuesday, December 9, 2025
16.1 C
Bhubaneswar

ଆଜିଠୁ କମିବ ଶୀତ : ରାଜ୍ୟର କିଛି ସ୍ଥାନରେ ମେଘୁଆ ପାଗ ସହ ବର୍ଷା ସମ୍ଭାବନା

ଭୁବନେଶ୍ବର/ବାରିପଦା : ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଜାଡ଼ ଅନୁଭୂତ ହୋଇଛି। ମଧ୍ୟରାତିରୁ ଜାଡ଼ର ପ୍ରଭାବ ବଢ଼ୁଥିବାବେଳେ ଅପରାହ୍ଣରୁ ପୁଣି ଶୀତ ପ୍ରକୋପ ବଢ଼ୁଛି। ସକାଳର କାଲୁଆ ପବନ ଦେହ ଥରାଇ ଦେଉଥିବାବେଳେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଏପରି ପାଗ ଜାରି ରହିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାସହିତ କେତେକ ସ୍ଥାନରେ ଘନ କୁହୁଡ଼ିର ସମ୍ଭାବନା ରହିଛି। ଆଜି ସକାଳ ପର୍ଯ୍ୟନ୍ତ ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୋଳ ଏବଂ ଜଗତସିଂହପୁର ଜିଲାକୁ ଶୀତ ଲହରୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କୋରାପୁଟ ଓ କନ୍ଧମାଳ ଜିଲାକୁ ଘନ କୁହୁଡ଼ି ନେଇ ଉଭୟ ୧୭ ଓ ୧୮ ତାରିଖରେ ୟେଲୋ ୱାର୍ଣ୍ଣିଂ ରହିଛି। ଗତକାଲି ରାତିରେ ରାଜ୍ୟର ୧୫ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ଼ କରାଯାଇଥିଲା। ପାହାଡ଼ିଆ ଅଞ୍ଚଳ ମଧ୍ୟରେ ଜି. ଉଦୟଗିରିରେ ସବୁଠୁ କମ୍ ୪.୮ ଡିଗ୍ରୀ ଏବଂ ସମତଳ ଅଞ୍ଚଳ ମଧ୍ୟରେ ରାଉରକେଲାରେ ୫.୭ ଡିଗ୍ରୀ ରେକର୍ଡ଼ ହୋଇଛି। ସେମିଳିଗୁଡ଼ାରେ ୫.୩, ଫୁଲବାଣୀରେ ୭, ଝାରସୁଗୁଡ଼ାରେ ୭.୧, ଦାରିଙ୍ଗବାଡ଼ିରେ ୭.୫, ଭବାନୀପାଟଣାରେ ୭.୮, ଅନୁଗୋଳରେ ୮, କିରେଇରେ ୮.୩, ଚିପିଲିମାରେ ୮.୪, କେନ୍ଦୁଝରଗଡ଼ରେ ୮.୮, ସୁନ୍ଦରଗଡ଼ ୯, ଜଗତସିଂହପୁରରେ ୯.୫, କୋରାପୁଟ ଓ ଢେଙ୍କାନାଳରେ ୯.୬ ଡିଗ୍ରୀ ଲେଖାଏଁ ସର୍ବନିମ୍ନ ତାପମାତ୍ରା ରେକର୍ଡ଼ ହୋଇଛି। ଭୁବନେଶ୍ବରରେ ୧୦.୯ ଓ କଟକରେ ୧୧ ଡିଗ୍ରୀ ରହିଛି ରାତି ତାପମାତ୍ରା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ଏହାପରେ ପରବର୍ତ୍ତୀ ୩ ଦିନ ମଧ୍ୟରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ସହ ଶୀତ କମିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଆଜିଠୁ ପାଗ ସାମାନ୍ୟ ମେଘୁଆ ରହିପାରେ। ବିଶେଷକରି ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ୧୭ ଓ ୧୮ ତାରିଖରେ ଗଜପତି ଓ ଗଞ୍ଜାମ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି। ୧୮ରୁ ୧୯ ତାରିଖ ଗଜପତି, ଗଞ୍ଜାମ ଓ ପୁରୀ ଜିଲାରେ ହାଲୁକା ବର୍ଷା ହୋଇପାରେ। ୧୯ରୁ ୨୦ ତାରିଖ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲାରେ ବର୍ଷା ସମ୍ଭାବନା ରହିଛି। ୨୨ ତାରିଖ ଯାଏଁ ଏପରି ପାଗ ଲାଗି ରହିବ। ୨୧ ତାରିଖ ରାତିରୁ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରୀ କମିବା ସମ୍ଭାବନା ରହିଥିବା ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories