ଭୁବନେଶ୍ଵର ନୁହେଁ ଦିଲ୍ଲୀ ସିବିଆଇରେ ହାଜର ହେବେ ବିଷ୍ଣୁପଦ !
ଭୁବନେଶ୍ଵର: ଦିଲ୍ଲୀରେ ହାଜର ହୋଇପାରନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ । ଦିଲ୍ଲୀରେ ହାଜର ନେଇ ବିଷ୍ଣୁପଦ ଚିଠି ଲେଖିଥିବା ସୂଚନା ମିଳିଛି। ତଦନ୍ତରେ ସହଯୋଗ କରି ସେ ସମସ୍ତ ତଥ୍ୟ ରଖିବେ । ହେଲେ ଭୁବନେଶ୍ଵର ନୁହେଁ ଦିଲ୍ଲୀରେ ହାଜର ପାଇଁ ସେ ଚିଠି ଲେଖିଥିବା ଜଣାପଡିଛି। ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ର ଜିଜିଏମଙ୍କ ସହ ୧୫ ଲକ୍ଷ ଟଙ୍କା କାରବାର ମାମଲାରେ ବିଷ୍ଣୁପଦଙ୍କୁ ସିବିଆଇ ସମନ କରିଛି। ୧୦ ତାରିଖରେ ସମନ ଜାରି ହୋଇଥିବାବେଳେ ୧୧ ତାରିଖରେ ହାଜର ପାଇଁ କୁହାଯାଇଥିଲା। ତେବେ ଏହାରି ମଧ୍ୟରେ ବିଷ୍ଣୁପଦଙ୍କ ୩ ଡ୍ରାଇଭରଙ୍କୁ ସିବିଆଇ ଜେରା କରିସାରିଛି।
Comments are closed.