www.samajalive.in
Thursday, December 11, 2025
26.1 C
Bhubaneswar

ନେହେରୁଙ୍କ ଚିଠି ଫେରାଇବାକୁ ସୋନିଆ ଗାନ୍ଧିଙ୍କୁ କହିଲା ବିଜେପି

ଡେସ୍କ: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଚିଠିକୁ ‘ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଓ ପାଠାଗାର’କୁ ଫେରାଇବାକୁ ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧିଙ୍କୁ ବିଜେପି କହିଛି। ଏହି ଐତିହାସିକ ଦସ୍ତାବିଜ ଗୁଡ଼ିକ ଦେଶର ବୋଲି ଦଳ କହିଛି। ଦଳର ମୁଖପାତ୍ର ସମ୍ବିତ ପାତ୍ର ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସଂଗ୍ରହାଳୟର ତତ୍କାଳୀନ ନିର୍ଦ୍ଦେଶକଙ୍କ ଅନୁମୋଦନ ପରେ ନେହରୁଙ୍କ ୫୧ କାର୍ଟୁନ୍ ଚିଠି ସୋନିଆ ଗାନ୍ଧୀଙ୍କୁ ଦିଆଯାଇଥିଲା। ଏହି ଚିଠିରେ ଶେଷ ବ୍ରିଟିଶ ଭାଇସରୟଙ୍କ ପତ୍ନୀ ଏଡ୍ୱିନା ମାଉଣ୍ଟବ୍ୟାଟେନ ଏବଂ ବିଶିଷ୍ଟ ନେତା ଜୟପ୍ରକାଶ ନାରାୟଣ ଓ ଜଗଜୀବନ ରାମଙ୍କ ସହ ନେହେରୁଙ୍କ ଚିଠି ଥିଲା।

ଶ୍ରୀ ପାତ୍ର କହିଛନ୍ତି, ସୋସାଇଟିର ଅନ୍ୟତମ ସଦସ୍ୟ ରିଜୱାନ କାଦରୀ ନିକଟରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଚିଠି ଲେଖି ସଂଗ୍ରହାଳୟର ହେପାଜତକୁ କାଗଜପତ୍ର ଫେରାଇ ଆଣିବା ପାଇଁ ସାହାଯ୍ୟ ମାଗିଥିଲେ। ସେ କହିଛନ୍ତି, ଶ୍ରୀ କାଦ୍ରିଙ୍କୁ ଶ୍ରୀ ଗାନ୍ଧୀଙ୍କ ଠାରୁ କୌଣସି ଉତ୍ତର ମିଳିନାହିଁ।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories