ଥୁଆମୂଳ ରାମପୁରରେ ବରଫପାତ

ଭବାନୀପାଟଣା: କଳାହାଣ୍ଡିର ପାହାଡିଆ ଅଞ୍ଚଳ ଭାବେ ପରିଚିତ ଥୁଆମୂଳ ରାମପୁର ବ୍ଲକ ଅଂଚଳରେ ଗତ କିଛି ଦିନ ଧରି ଶୀତର ପ୍ରକୋପ ବୃଦ୍ଧି ପାଇଛି। କେତେକ ଅଞ୍ଚଳରେ ରାତିର ତାପମାତ୍ରା ୬ ରୁ ୭ଡିଗ୍ରୀ ରହୁଥିବା ବେଳେ ଆଜି ସକାଳେ କେତେକ ଅଞ୍ଚଳରେ ବରଫପାତ ହେଇଥିବା ଦେଖିବାକୁ ମିଳିଛି। ବ୍ଲକ୍ ମହକୁମା ସମେତ ସିଜିମାଳିରେ ବରଫ ପାତ ହେଇଥିବା ଦେଖିବାକୁ ମିଳିଛି।

ବାହାରେ ଥିବା ପାଳଗଦା ଉପରେ ବରଫପାତ ହେଇଥିବା ବେଳେ ଘର ବାହାରେ ଥିବା ପାଣି ପ୍ରବଳ ଥଣ୍ଡା ହେଇଥିବା ଅନୁଭୂତ ହେଇଛି। କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା ଯୋଗୁଁ ସାଧାରଣ ଜନ ଜୀବନ ପ୍ରଭାବିତ ହେଇଛି। ସକାଳ ୧୦ ଟା ଯାଏଁ ଲୋକେ ଘରୁ ଗୋଡ କାଢ଼ିପାରୁ ନାହାନ୍ତି। ଅନ୍ୟପକ୍ଷରେ ପ୍ରବଳ ଥଣ୍ଡା ସହିତ ପ୍ରାକୃତିକ ଶୋଭାରାଜି ଯୋଗୁଁ ବିଭିନ୍ନ ଅଂଚଳରୁ ବହୁଲୋକ ଏ ଅଞ୍ଚଳର ହେଲୋ ପଏଣ୍ଟ ସମେତ ସିନ୍ଦେର, ଘୁଷୁରୀ ଗୁଡ଼ି, ଫୁର୍ଲି ଝରଣ, ଘୁମର୍ ପ୍ରଭୃତି ଜଳ ପ୍ରପାତ, ଇନ୍ଦ୍ରାବତୀ ଜଳଭଣ୍ଡାର ପ୍ରଭୃତି ଅଞ୍ଚଳକୁ ବୁଲିବାକୁ ଆସୁଥିବା ଦେଖିବାକୁ ମିଳିଛି।

Comments are closed.