www.samajalive.in
Monday, December 8, 2025
13.1 C
Bhubaneswar

୩ୟ ଟେଷ୍ଟ: ଜଟିଳ ସ୍ଥିତିରେ ଟିମ ଇଣ୍ଡିଆ

ସମାଜ ଡିଜିଟାଲ ଡେସ୍କ: ବ୍ରିସବେନରେ ଚାଲିଥିବା ୩ୟ ଟେଷ୍ଟ ମ୍ୟାଚରେ ଭାରତ ଜଟିଳ ସ୍ଥିତିରେ ରହିଛି। ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୪୪୫ ରନ ଜବାବରେ ଭାରତ ଏହାର ପ୍ରଥମ ପାଳିରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ମାତ୍ର ୪୪ ରନରେ ଦଳ ୪ଟି ଉଇକେଟ ହରାଇଛି।

ଗୋଲାପୀ ବଲରେ ଖେଳାଯାଉଥିବା ଏହି ଦିବାରାତ୍ର ମ୍ୟାଚରେ ଭାରତ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଯଶପ୍ରୀତ ବୁମରାଙ୍କ ଚମତ୍କାର ବୋଲିଂ ସତ୍ବେ ଭାରତ ଅଷ୍ଟ୍ରେଲିଆକୁ ଅଟକାଇବାରେ ବିଫଳ ହୋଇଥିଲା। ଷ୍ଟିଭ ସ୍ମିଥ(୧୦୧ରନ) ଏବଂ ଟ୍ରାଭିସ ହେଡ୍‌(୧୫୨ରନ)ଙ୍କ ଦମଦାର ଶତକ ଏବଂ ଆଲେକ୍ସ କ୍ୟାରିଙ୍କ ୭୦ ରନ ବଳରେ ଦଳ ୪୪୫ ରନର ବିଶାଳ ସ୍କୋର କରିବାରେ ସମର୍ଥ ହୋଇଥିଲା। ଭାରତ ପକ୍ଷରୁ ବୁମରା ସର୍ବାଧିକ ୬ ଉଇକେଟ ନେଇଥିଲାବେଳେ ମହମ୍ମଦ ସିରାଜ ୨ଟି ଏବଂ ଆକାଶ ଦୀପ ଓ ନିତିଶ କୁମାର ରେଡ୍ଡୀ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

- Advertisement -

ତେବେ ଭାରତ ପ୍ରଥମ ପାଳି ବ୍ୟାଟିଂ ଆରମ୍ଭ କରିବା କ୍ଷଣି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଯଶ୍ଵସ୍ଵୀ ଜୟସଓ୍ବାଲ ୨ଟି ବଲରୁ ୪ ରନ କରି ଆଉଟ ହୋଇଯାଇଥିଲେ। ପରେ ପରେ ଶୁବମନ ଗିଲ ୧ ରନ, ବିରାଟ କୋହଲି ୩ ରନ ଏବଂ ରୁଷଭ ପନ୍ତ ୯ ରନ କରି ଆଉଟ୍‌ ହୋଇଯାଇଥିଲେ। କେ.ଏଲ. ରାହୁଲ ୩୦ ଏବଂ ରୋହିତ ଶର୍ମା ବିନା କୌଣସି ରନରେ ଅପରାଜିତ ରହିଛନ୍ତି। ସିରିଜରେ ଭାରତ ଏବଂ ଅଷ୍ଟ୍ରେଲିଆ ଗୋଟିଏ ଲେଖାଏ ମ୍ୟାଚ ଜିତି ୧-୧ରେ ରହିଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories