www.samajalive.in
Friday, December 12, 2025
23.1 C
Bhubaneswar

ଭଲ କାହାଣୀ ମିଳିଲେ ଓଡ଼ିଆ ଚଳଚ୍ଚିତ୍ର କରିବାକୁ ଆଗ୍ରହୀ-ଅମିତ ଶିଆଲ୍‍

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟରେ ୧୩ ତାରିଖରୁ ଚାଲିଥିବା ୫ମ କଳିଙ୍ଗ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ରବିବାର ଉଦ୍‍ଯାପିତ ହୋଇଯାଇଛି । ଉଦ୍‍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲିଉଡ୍‍ ଅଭିନେତା ଅମିତ ଶିଆଲ୍‍ ସିନେମା ଓ ସଂସ୍କୃତିର ବିକାଶର କିଟ୍‍ର ଭୂମିକାକୁ ପ୍ରଶଂସା କରିଥିଲେ । ସେ କହିଲେ ଭାରତର ପରମ୍ପରା ଓ ସଂସ୍କୃତି ସମୃଦ୍ଧ । ଆମ ଦେଶର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଭାଷା, ସଂସ୍କୃତି ଓ ପରମ୍ପରା ରହିଛି । ଏସବୁ ସତ୍ତ୍ୱେ ଆମେ ଏକାଠି ମିଶି ଆଗେଇ ପାରିଛୁ ।  ଆମର ସଂସ୍କୃତି ଓ ପରମ୍ପରାକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ । ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ ପ୍ରସଙ୍ଗରେ ସେ କହିଲେ ଭଲ କାହାଣୀ ମିଳିଲେ ସେ ଓଡ଼ିଆ ଚଳଚ୍ଚିତ୍ର କରିବାକୁ ଆଗ୍ରହୀ । ଏହି ଅବସରରେ ସେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ।

ଅନ୍ୟତମ ଅତିଥି ରାଜ ସାଣ୍ଡିଆଲ୍‍ କିଟ୍‍ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବକୁ ଆସି ବେଶ ଖୁସି ଅନୁଭବ କରୁଛନ୍ତି ବୋଲି କହିଥିଲେ । ବିଶେଷ କରି କିଟ୍‍ ଓ କିସରେ ଜଣେ ସାଧାରଣ ମଣିଷରୁ ଅସାଧାରଣ ମଣିଷ ହେବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଓ ସୁଯୋଗ ରହିଛି । ଏଠାକୁ ଆସି ଏକ ସକରାତ୍ମକ ଶକ୍ତି ଅନୁଭବ କରିପାରୁଛି ବୋଲି ସେ କହିଥିଲେ । ସେହିପରି ଓଡ଼ିଆ ଚଳଚ୍ଚିତ୍ର ଓ ଥିଏଟର ବ୍ୟକ୍ତିତ୍ୱ ଅନନ୍ତ ମହାପାତ୍ର କହିଲେ, ଏକ କାହାଣୀରୁ ଚଳଚ୍ଚିତ୍ର ତିଆରି ହୋଇପାରେ କିନ୍ତୁ ଗୋଟିଏ ଚଳଚ୍ଚିତ୍ର ଏକ କାହାଣୀ ହୋଇ ନ ପାରେ ।

- Advertisement -

ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତୁଷାର ହୀରାନନ୍ଦିନୀ, ଯଦୁମଣି ଦତ୍ତା, କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । କିଟ୍‍ ଫିଲ୍ମ, ଫେସନ ଓ ମିଡ଼ିଆ ଷ୍ଟଡିଜ୍‍ ସ୍କୁଲର ମହାନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ସ୍ୱାଗତ ଭାଷଣ ଦେଇଥିବା ବେଳେ କିଟ୍‍ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ଦେବାଶିଷ ବନ୍ଦୋପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମହୋତ୍ସବରେ ୧୨ଟି ଫିଚର ଫିଲ୍ମ, ୧୦ଟି କ୍ଷୁଦ୍ର ଚଳଚ୍ଚିତ୍ର, ୫ଟି ପ୍ରାମାଣିକ ଚଳଚ୍ଚିତ୍ର ଓ ୧୦ଟି ଷ୍ଟୁଡେଣ୍ଟ ଫିଲ୍ମ ଆଦି ମୋଟ ୪୫ଟି ଅତି ଉତ୍ତମ ମାନର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା ।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories