www.samajalive.in
Sunday, December 14, 2025
26.1 C
Bhubaneswar

ସୋମବାରଠୁ ଧାନ କ୍ରୟ ଆରମ୍ଭ, ମଣ୍ଡି ଜଗିବେ ବିଜେପି କୃଷକ ମୋର୍ଚ୍ଚା ନେତା 

କେନ୍ଦୁଝରଗଡ଼: କେନ୍ଦୁଝର ଜିଲାରେ ସୋମବାରଠାରୁ ଖରିଫ୍‌‌ ଧାନ କ୍ରୟ ଆରମ୍ଭ ହେବ। ଜିଲାରେ ମୋଟ ୯୫ଟି ଧାନମଣ୍ଡିରେ ଧାନ ସଂଗ୍ରହ କରାଯିବ। ଧାନମଣ୍ଡି ଓ ଧାନ କିଣା କାରବାରରେ ବ୍ୟାପକ ସ୍ୱଛତାର ସହିତ କରିବା ପାଇଁ ରବିବାର ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆନନ୍ଦପୁର ଉତ୍ତରେଶ୍ୱର ମନ୍ଦିର କଲ୍ୟାଣମଣ୍ଡପଠାରେ ଜିଲା ସାଧାରଣ ସମ୍ପାଦକ ଯୁଧିଷ୍ଠିର ମଲ୍ଲିକଙ୍କ ସଂଯୋଜନାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଧାନ କିଣା କାରବାର ସ୍ୱଛତାର ସହିତ ହେବା ସହ କଟନି ଛଟନି ବନ୍ଦ କରିବା ଓ ମିଲରମାନଙ୍କ ଦାଦାଗିରିକୁ ଦୃଢତାର ସହିତ ବନ୍ଦ କରାଯିବ ବୋଲି କହିଥିଲେ।

କେନ୍ଦୁଝର ଜିଲାର ସମସ୍ତ ଧାନମଣ୍ଡିରେ କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଜଗିବା ସହିତ ତଦାରଖ କରିବେ ବୋଲି ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ମୋହନ ସରକାରଙ୍କ ୬ମାସର ସ୍ୱଳ୍ପ ଶାସନ କାଳରେ ଧାନ କ୍ଵିଣ୍ଟାଲ ପ୍ରତି ୩୧୦୦ ଟଙ୍କା ଚାଷୀମାନଙ୍କୁ ଦେବା, ୬ଲକ୍ଷ ଚାଷୀମାନଙ୍କୁ ପି.ଏମ. କିଷାନରେ ସାମିଲ କରିବା ସହିତ ସହରାଞ୍ଚଳ ଚାଷୀମାନଙ୍କୁ ପି.ଏମ. କିଷାନରେ ସାମିଲ କରିବା, ଅଣଜଳସେଚିତ ଜମିକୁ ଉଠା ଜଳସେଚନ ଦ୍ୱାରା ଜଳସେଚନ ବ୍ୟବସ୍ଥା, ୫୮ଟି ସବ୍‌‌ଡିଭିଜନରେ ଶୀତଳଭଣ୍ଡାର ପ୍ରତିଷ୍ଠା ନିଷ୍ପତ୍ତି, ୩୧୪ ବ୍ଲକରେ ପନିପରିବା ମଣ୍ଡି ନିଷ୍ପତ୍ତି, ଆଳୁ ଚାଷ ପାଇଁ ବିହନ ଯୋଗାଇ ଦେବା ସହିତ ହେକ୍ଟର ପ୍ରତି ୫୮ ହଜାର ଟଙ୍କା ଚାଷୀକୁ ସହାୟତା, କୃଷକ ପରିବାର ପିଲାମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ୨ଲକ୍ଷ ଟଙ୍କା ସହାୟତା ପ୍ରଦାନ, ସି.ଏମ୍‌‌. କିସାନ ଯୋଜନାରେ ୪୬ ଲକ୍ଷ ଚାଷୀମାନଙ୍କୁ ବର୍ଷକୁ ୨ଟି କିସ୍ତିରେ ୪ ହଜାର ଟଙ୍କା ସହାୟତା ପ୍ରଦାନ ଓଡ଼ିଶା ରାଜନୈତିକ ଇତିହାସରେ ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ବୋଲି ରାଜ୍ୟ ସଭାପତି ଶ୍ରୀ ସାହୁ କହିଥିଲେ। ଏହି ବୈଠକରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ପୁଲିନ୍‌‌ ପ୍ରକାଶ ପୁହାଣ, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାପତି ସୁଶ୍ରୀ ମନୀଷା ଚିନ୍ମୟୀ ବେହେରା, ଘସିପୁରା ବିଜେପି ବିଧାୟକ ପ୍ରାର୍ଥୀ ଶମ୍ଭୁନାଥ ରାଉତ, ନରେନ୍ଦ୍ର ପଣ୍ଡାଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories