www.samajalive.in
Sunday, December 7, 2025
14.1 C
Bhubaneswar

ହିଜାବ ପିନ୍ଧି ନ ଥିବାରୁ ଗାୟିକା ଗିରଫ, ୟୁଟ୍ୟୁବରେ ଅପ୍‌ଲୋଡ୍‌ କରିଥିଲେ ଗୀତର ଭିଡିଓ

ସମାଜ ଡିଜିଟାଲ ଡେସ୍କ: ହିଜାବ ନ ପିନ୍ଧି ଗୀତ ଗାଇବାକୁ ନେଇ ଇରାନରେ ଜଣେ ୨୭ ବର୍ଷୀୟ ଗାୟିକା ଗିରଫ ହୋଇଛନ୍ତି। ଗାୟିକା ଜଣକ ନିଜ ଗୀତର ଭିଡିଓ ୟୁଟ୍ୟୁବରେ ଅପ୍‌ଲୋଡ୍‌ କରିଥିଲେ ଏବଂ ଏଥିରେ ସେ ହିଜାବ ପିନ୍ଧି ନଥିଲେ। ଏଠାରେ ସୂଚନାଯୋଗ୍ୟ, ଏହି ଗାୟିକାଙ୍କ ଗୀତକୁ ଏପର୍ଯ୍ୟନ୍ତ ୧୫ ଲକ୍ଷରୁ ଊର୍ଦ୍ଧ୍ବ ଦେଖି ଓ ଶୁଣି ସାରିଲେଣି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗାୟିକାଙ୍କ ନାମ ପରସ୍ତୁ ଅହମଦୀ ବୋଲି ଜଣାପଡ଼ିଛି। ଶନିବାର ଇରାନର ସାରୀ ସହରରୁ ପରସ୍ତୁଙ୍କୁ ଗିରଫ କରାଯାଇଛି। ସାରୀ ହେଉଛି ଇରାନର ମଜାନଦାରାନ ପ୍ରଦେଶର ଏକ ସହର, ଯାହା ରାଜଧାନୀ ତେହେରାନଠାରୁ ପ୍ରାୟ ୨୮୦ କିଲୋମିଟର ଦୂରରେ ଅବସ୍ଥିତ। ପରସ୍ତୁ ତାଙ୍କ ଗୀତର ଭିଡିଓ ୟୁଟ୍ୟୁବରେ ଅପ୍‌ଲୋଡ୍‌ କରିବା ପରେ ଗୁରୁବାର ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଭିଡିଓରେ ପରସ୍ତୁ ଏକ ସ୍ଲିଭଲେସ୍ କଳା ପୋଷାକରେ ଗୀତ ଗାଉଥିବା ନଜର ଆସିଛନ୍ତି। ସୂଚନା ଅନୁସାରେ, ଭିଡିଓରେ ପରସ୍ତୁଙ୍କ ପଛରେ ଠିଆ ହୋଇଥିବା ଚାରିଜଣ ବାଦକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ରାଜଧାନୀ ତେହେରାନରୁ ଗିରଫ କରାଯାଇଛି।

- Advertisement -

ସୂଚନାଯୋଗ୍ୟ, ଇରାନରେ ମହିଳାଙ୍କ ପାଇଁ ହିଜାବ ପିନ୍ଧିବା ବାଧ୍ୟତାମୂଳକ ଏବଂ ଏହି ନିୟମ ପାଳନ କରୁ ନ ଥିବା ମହିଳାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ। ୨୦୨୨ରେ ଇରାନରେ ହିଜାବ ବିରୋଧରେ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରାଯାଇଥିଲା।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories