www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରମୁଖ ସଚିବଙ୍କ ଡ୍ରାଇଭରକୁ ସମନ ଜାରି କଲା ସିବିଆଇ

ଭୁବନେଶ୍ୱର: କାରରୁ ୧୦ଲକ୍ଷ ଟଙ୍କା ମିଳିବା ଘଟଣାରେ ନୂଆ ମୋଡ଼। ସିବିଆଇ ସ୍କାନରରେ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ସହ ଜଡ଼ିତ ସମସ୍ତ ଡ୍ରାଇଭର। ବିଷ୍ଣୁପଦ ସେଠୀଙ୍କ ସହ ଜଡ଼ିତ ସମସ୍ତ ଡ୍ରାଇଭରକୁ ସମନ କଲା ସିବିଆଇ। ଏ ନେଇ ରାଜ୍ୟ ସରକାରଙ୍କୁ ଅବଗତ କଲେ ସିବିଆଇ ଅଧିକାରୀ। ସିବିଆଇ ସମନ ନେଇ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଶନିବାର, ରାତି ପ୍ରାୟ ୯ଟା ୪୫ ମିନିଟରେ ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲ୍ ସାମ୍ନାରେ ହଠାତ୍ ଏକ ଦାମୀ କାର ଉପରେ ହୋଇଥିଲା ସିବିଆଇ ଚଢ଼ାଉ କରିଥିଲା। ଦିଲ୍ଲୀରୁ ଆସିଥିବା ୬ ଜଣିଆ ସିବିଆଇ ଟିମ୍ ଏହି ଦାମୀ କାର ପାଖରେ ପହଞ୍ଚି ଛାନଭିନ୍ କରିଥିଲେ। ସାଙ୍ଗରେ ଥିଲେ କାର ମାଲିକଙ୍କ ସହ ୪ ଜଣ ବ୍ୟକ୍ତି। ବହୁ ଟଣାଭିଡ଼ା ପରେ ଖୋଲାଗଲା କାର୍, ଆଉ ଭିତରୁ ମିଳିଲା ବଣ୍ଡଲ ବଣ୍ଡଲ୍ ନୋଟ୍। ବନେଟ୍ ଉପରେ ଟଙ୍କାକୁ ଥୋଇ ଗଣିବା ପରେ ଜଣାପଡ଼ିଲା, କାରରେ ଥିଲା ପ୍ରାୟ ୧୦ ଲକ୍ଷ ଟଙ୍କା।

- Advertisement -

ସରକାରୀ ଉଦ୍ୟୋଗ ବ୍ରିଜ୍ ଆଣ୍ଡ୍ ରୁଫ କଂପାନୀ ଓଡିଶା ମୁଖ୍ୟ ଚଞ୍ଚଲ୍ ମୁଖାର୍ଜୀଙ୍କ ସହ କୋଟିଏ ଟଙ୍କାର ଟେଣ୍ଡର୍ ଡିଲ୍ ପାଇଁ ୧୦ ଲକ୍ଷ ଟଙ୍କାର ଅଗ୍ରୀମ ଲାଞ୍ଚ ଦିଆଯାଉବା ସମୟରେ ଆଗୁଆ ସୂଚନା ପାଇଥିବା ସିବିଆଇ ଟିମ୍ ମାଡ଼ିବସିଲା ହୋଟେଲ୍ ସାମ୍ନାରେ। କାରଣ କୋଟି କୋଟି ଟଙ୍କାର ହେରଫେର୍ ଓ ଟେଣ୍ଡର ଫିକ୍ସିଂ ନେଇ କମ୍ପାନୀ ବିରୋଧରେ ଦିଲ୍ଲୀ ସିବିଆଇ ପାଖରେ ଆଗରୁ ଏକ ମାମଲା ରୁଜୁ ହୋଇଥିଲା।

ରାଜଧାନୀର ଛାତି ଉପରେ ଗତକାଲି ରାତିରେ ଛାପା ମାରିଥିଲା ସିବିଆଇ। ୧୨ ଘଣ୍ଟାର ନନଷ୍ଟପ୍ ଛାନଭିନ୍ ପରେ ବ୍ରିଜ୍ ଆଣ୍ଡ୍ ରୁଫ୍ କଂପାନୀର ଓଡ଼ିଶା ମୁଖ୍ୟ ତଥା ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ, ଭୁବନେଶ୍ୱରସ୍ଥିତ ପେଣ୍ଟା-ଏ ଷ୍ଟୁଡିଓର ନିର୍ଦ୍ଦେଶକ ସନ୍ତୋଷ ମହାରଣା ଏବଂ ସୁପର କ୍ଲାସ୍ କଣ୍ଟ୍ରାକ୍ଟର ତଥା ମିଡିଲମ୍ୟାନ୍ ଦେବଦତ୍ତ ମହାପାତ୍ରଙ୍କୁ ଗିରଫ କରିଥିଲା ସିବିଆଇ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories