www.samajalive.in
Saturday, December 13, 2025
26.1 C
Bhubaneswar

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ବଡଭୂଇଁ ପଞ୍ଚାୟତ ଅଧିନ ଜାଗିଆପଡା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି। ଜାଗିଆପଡା ଗ୍ରାମର ପ୍ରଭାତ କୁମାର ରାଉତଙ୍କୁ ବଡଭୂଇଁ ଓ ଘୋଳପୁର ଗ୍ରାମର ୩ ଜଣ ଯୁବକ ଏକ ମାମଲାରେ ସାକ୍ଷୀ ଦେବା ଘଟଣା ଏବଂ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ କରିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ୩ ଜଣ ଯୁବକ ପ୍ରଭାତଙ୍କ ଘର ସାମ୍ନାରେ ହାତରେ ଖଣ୍ତା ଧରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଏକ ବୋମା ଘର ଉପରକୁ ଫୋପାଡ଼ି ଥିଲେ। ବୋମାଟି ଘରର ଦୁଆରବନ୍ଧରେ ପଡି ଫୁଟିଥିଲେ ବି ସୌଭାଗ୍ଯବସତଃ କାହାର କିଛି କ୍ଷତି ହୋଇନଥିଲା ।

ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଅଭିଯୁକ୍ତମାନେ ଫେରାର ହୋଇ ସାରିଥିଲେ। ଘଟଣା ସମ୍ପର୍କରେ ପ୍ରଭାତଙ୍କ ପତ୍ନୀ କୃଷ୍ଣପ୍ରିୟା ଆଠଗଡ ଥାନାରେ ଅଭିଯୋଗ କରିଛନ୍ତି। ଆଠଗଡ ପୁଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories