www.samajalive.in
Sunday, December 14, 2025
23.1 C
Bhubaneswar

ନର୍ସିଙ୍ଗ ଛାତ୍ରୀଙ୍କୁ ଅପହରଣ ସହ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

ଗୋପାଳପୁର: ନର୍ସିଙ୍ଗ କଲେଜର ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରିବା ମାମଲାରେ ଗୋଳନ୍ଥରା ଥାନା ପୁଲିସ ଗୁରୁବାର ଅଭିଯୁକ୍ତ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଗଜପତି ଜିଲା ଅଡବା ଥାନା ଅଧିନସ୍ଥ ପାଣିଗଣ୍ଡା ଗ୍ରାମର ସନିଆ ବଡ଼ ନାୟକ (୨୩) ବୋଲି ପୁଲିସ କହିଛି। ଗଜପତି ଜିଲା ଅଡବା ଥାନା ଅଞ୍ଚଳ ଏକ ନାବାଳିକା ଛାତ୍ରୀ ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଠାରେ ଓମ୍ ଭୂଃଭବସ୍ବ ନର୍ସିଙ୍ଗ କଲେଜରେ ପ୍ରଥମ ବର୍ଷର ଛାତ୍ରୀ ଥିଲେ। ଚଳିତ ମାସ ୫ ତାରିଖ ସନ୍ଧ୍ୟାରେ ୭ ଟା ବେଳେ କଲେଜର ସୁଷମା ମ୍ୟାଡମ ଛାତ୍ରୀଙ୍କ ବାପାଙ୍କୁ ଫୋନ ଯୋଗେ ତାଙ୍କ ଝିଅ ପିଉସୀଙ୍କ ଘରକୁ ଯାଇଥିବା କହି କଲେଜକୁ ଫେରି ନଥିବା ଜଣାଇ ଥିଲେ।

ଖବର ପାଇ ନାବାଳିକାଙ୍କ ବାପା କଲେଜରେ ପହଞ୍ଚି ଆଲୋଚନା ସମୟରେ କଲେଜ କର୍ତୃପକ୍ଷଙ୍କ ପକ୍ଷରୁ ଛାତ୍ରୀଙ୍କ ପିଉସୀ ପରିଚୟ ଦେଇ ଏକ ଫୋନ କଲ୍ ସେମାନଙ୍କ ନିକଟକୁ ଆସିବା ସହ ଛାତ୍ରୀଙ୍କୁ ସେ ଘରକୁ ନେଉଥିବା ଜଣାଇଥିଲେ ବୋଲି ନାବାଳିକାଙ୍କ ବାପାଙ୍କୁ ସୂଚନା ଦେଇଥିଲେ। ଏହା ଜାଣି ପାରି ନାବାଳିକାଙ୍କ ବାପାଙ୍କ ପକ୍ଷରୁ ତଦନ୍ତ ବେଳେ ତାଙ୍କ ଅଞ୍ଚଳର ଜଣେ ଯୁବକ ନାବାଳିକାକୁ କଥାରେ ଫସାଇ ଅପହରଣ କରି ନେଇଥିବା ଜାଣିପାରି ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

- Advertisement -

ଅଭିଯୋଗକୁ ଭିତ୍ତି କରି ପୋଲିସ କେଶ ନଂ ୫୩୮/୨୪ ପ୍ରକାରେ ଅପହରଣ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଖବର ପାଇଁ ଗୁରୁବାର ସକାଳେ ଗୋଳନ୍ଥରା ଥାନା ପୋଲିସ ଭଞ୍ଜନଗର ଅଞ୍ଚଳର ଚଢ଼ାଉ କରି ସନିଆ ଓ ଛାତ୍ରୀ ରହୁଥିବା ଏକ ଭଡା ଘରୁ ସନିଆ କୁ ଧରିବା ସହ ନାବାଳିକାକୁ ଉଦ୍ଧାର କରିଥିଲେ। ଛାତ୍ରୀ ଜଣକୁ ସନିଆ ପ୍ରଲୋଭନ ଦେଖାଇ ନେଇ ଅପହରଣ କରିବା ସହ ଦୁଷ୍କର୍ମ କରିଥିବା ନେଇ ପ୍ରକାଶ କରିଥିଲେ। ପୋଲିସ ବ୍ରହ୍ମପୁର ବଡ଼ ମେଡିକାଲରେ ସନିଆ ଓ ଛାତ୍ରୀଙ୍କ ଡାକ୍ତରି ମାଇନ କରାଇଥିଲେ। ସନିଆକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି lଅନ୍ୟ ପଟେ କଲେଜ କର୍ତ୍ତୃପକ୍ଷଙ୍କ ଖାମଖିଆଲି ଯୋଗୁଁ ହଷ୍ଟେଲ ରେ ରହୁଥିବା ଛାତ୍ରୀ ଅପହରଣ ହେବା ଘଟଣା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories