www.samajalive.in
Saturday, December 13, 2025
26.1 C
Bhubaneswar

ଅଟୋକୁ ଧକ୍କା ଦେଲା ଟ୍ରକ, ଜଣେ ମୃତ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଅଟୋକୁ ଟ୍ରକ ଧକ୍କା ଦେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବ୍ରହ୍ମପୁର ମହାନଗର ଚୈତନ୍ୟ ନଗରର ସଞ୍ଜୟ କୁମାର ସାହୁ (୪୪)। ସୂଚନା ଅନୁସାରେ, ବୁଧବାର ଏକ ମାଲବାହୀ ଅଟୋରେ ସଞ୍ଜୟ ଓ କେ. ରାମା ଆଚାରୀ ଆଳୁ, ପିଆଜ ଧରି କନିସି ହାଟକୁ ଆସୁଥିବାବେଳେ ହଳଦିଆପଦର ଗ୍ରାମ ନିକଟରେ ଏକ ଟ୍ରକ ଅଟୋ ପଛକୁ ଧକ୍କା ଦେଇଥିଲା। ଫଳରେ ସଞ୍ଜୟ ଟ୍ରକରେ ପିଟିହୋଇ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିଯାଇଥିଲେ। ଅଟୋରେ ଥିବା ଡ୍ରାଇଭର ସାଗର ଓ ରାମା ଅଳ୍ପକେ ବର୍ତ୍ତିଯାଇଥିଲେ। ଦୁର୍ଘଟଣା ପରେ ଟ୍ରକ ସହିତ ଡ୍ରାଇଭର ଖସି ପଳାଇଥିଲା। ସ୍ଥାନୀୟ ଲୋକେ ସଞ୍ଜୟଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସଞ୍ଜୟଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ଥାନାରେ ଏକ ମାମଲା(୫୫୨/୨୪) ରୁଜୁ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories