www.samajalive.in
Monday, December 8, 2025
14.1 C
Bhubaneswar

୩୧ରୁ ଇନକାଲ ସମ୍ମିଳନୀ : ଗୋପବନ୍ଧୁ ଭବନରୁ ବାହାରିଲା ମାସ୍କଟ ‘ଆଲୁମଫ’

କଟକ : ନବରତ୍ନ କମ୍ପାନୀ ‘ନାଲକୋ’ ପକ୍ଷରୁ ଭୁବନେଶ୍ୱରରେ ଆସନ୍ତା ୩୧ରୁ ଫେବୃଆରୀ ୩ତାରିଖ ପର୍ଯ୍ୟନ୍ତ ଆନ୍ତର୍ଜାତିକ ଆଲୁମିନିୟମ ପ୍ରଦର୍ଶନୀ ଓ ସମ୍ମିଳନୀ(ଇନକାଲ)ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ୨୦ଦେଶର ୩୦୦ରୁ ଊଦ୍ଧ୍ୱର୍ ବିଦେଶୀ ପ୍ରତିନିଧିଙ୍କ ସହିତ ୧୦୦୦ରୁ ଊଦ୍ଧ୍ୱର୍ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମ୍ମିଳନୀକୁ ସଫଳ କରିବା ସହିତ ଓଡ଼ିଶାରେ ଆଲୁମିନିୟମର ବ୍ୟାପକ ବ୍ୟବହାର ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ମାସ୍କଟ ‘ଆଲୁମଫ’ସମଗ୍ର ଦେଶ ପରିକ୍ରମା କରୁଛି। ଏହି ଅବସରରେ ଭୁବନେଶ୍ୱର ନାଲକୋ ଭବନରୁ ବାହାରି ‘ଆଲୁମଫ’ ମାସ୍କଟ ଗୁରୁବାର ଅପରାହ୍ଣରେ ଗୋପବନ୍ଧୁ ଭବନରେ ପହଞ୍ଚିଥିଲା। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ ଏବଂ ନାଲକୋର ସିଏମସି ଡଃ ତପନ ଚାନ୍ଦ ମାସ୍କଟ ‘ଆଲୁମଫ’ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଡଃ ଚାନ୍ଦ ‘ଇନକାଲ’ ସମ୍ମିଳନୀ ସମ୍ପର୍କରେ ସୂଚନା ଦେଇ କହିଲେ, ବର୍ତ୍ତମାନ ସମଗ୍ର ବିଶ୍ୱରେ ଆଲୁମିନିୟମର ଚାହିଦା ବୃଦ୍ଧି ପାଇଚାଲିଛି। ଦେଶର ଅନ୍ୟ ପ୍ରଦେଶ ଅପେକ୍ଷା ଓଡ଼ିଶାରୁ ଉତ୍ପାଦିତ ଆଲୁମିନିୟମର ଚାହିଦା ବିଶ୍ୱରେ ସର୍ବାଧିକ। ଆଲୁମିନିୟମ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ନୂତନ ପରିଚୟ ସୃଷ୍ଟି କରିବା ସହିତ ଆଲମୁନିୟମ ଶିଳ୍ପ କ୍ଷେତ୍ରରେ ଦେଶୀ ଓ ବିଦେଶୀ ପୁଞ୍ଜିପତିଙ୍କୁ ଆକୃଷ୍ଟ କରିବା ଏହି ସମ୍ମିଳନୀର ପ୍ରଥମ ଲକ୍ଷ୍ୟ ବୋଲି ସେ କହିଥିଲେ। ଆଗାମୀ ଦଶନ୍ଧି ଆଲମୁନିୟମର ଦଶନ୍ଧି ହେବାକୁ ଯାଉଛି ଏବଂ ଓଡ଼ିଶା ଭାରତର ଆଲୁମିନିୟମ ରାଜଧାନୀ ହେବ। ଏକ ନିୟୁକ୍ତ ଟନ ଆଲୁମିନିୟମ ଉତ୍ପାଦନ କରିବାକୁ ୨ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ। ଆସନ୍ତା ୫ବର୍ଷ ଭିତରେ ଭାରତ ୧୦ନିୟୁତ ଟନ ଆଲୁମିନିୟମ ଆବଶ୍ୟକତା କରିବ। କେବଳ ଆଲୁମିନିୟମ ଶିଳ୍ପରେ ୧.୨ନିୟୁତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଓଡ଼ିଶାରେ କିପରି ଅଧିକରୁ ଅଧିକ ଆଲମୁନିୟମ ଶିଳ୍ପ ପ୍ରତିଷ୍ଠା ହେବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ତାହା ଏହି ସମ୍ମିଳନୀର ପ୍ରମୁଖ ଲକ୍ଷ୍ୟ ବୋଲି ଡଃ ଚାନ୍ଦ କହିଥିଲେ। ‘ଆଲୁମଫ’ ମାସ୍କଟ ରାଜ୍ୟର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ପରିଦର୍ଶନ କରି ବିଦ୍ୟାର୍ଥୀଙ୍କୁ ଆଲୁମିନିୟମ ପ୍ରସ୍ତୁତ ସାମଗ୍ରୀ ବ୍ୟବହାର ସମ୍ପର୍କରେ ସଚେତନ କରିବ ବୋଲି ସେ ସୂଚନା ଦେଇଥିଲେ। ମାସ୍କଟ ‘ଆଲୁମଫ’ ଗୋପବନ୍ଧୁ ଭବନ ପରିଦର୍ଶନ ସମୟରେ ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ଡଃ ପ୍ରଭାସ ଆଚାର୍ଯ୍ୟ, ‘ସମାଜ’ର ବାର୍ତ୍ତା ସମ୍ପାଦକ ସୁଶାନ୍ତକୁମାର ମହାନ୍ତିଙ୍କ ସହିତ ନାଲକୋର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories