www.samajalive.in
Friday, December 12, 2025
16.1 C
Bhubaneswar

‘ଫତେହ’ ଟିଜର: ଉଦାରରୁ ନିଷ୍ଠୁର ହେଲେ ସୋନୁ ସୁଦ୍‌, ଭୟଙ୍କର ଅବତାରରେ ଆସିଲେ ନଜର

ସମାଜ ଡିଜିଟାଲ ଡେସ୍କ: ବଲିଉଡ଼ ଅଭିନେତା ସୋନୁ ସୁଦ୍ ତାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଫତେହ’କୁ ନେଇ ଏବେ ଚର୍ଚ୍ଚାରେ। ଚଳିତ ବର୍ଷ ଜୁଲାଇରେ ଅଭିନେତା ନିଜ ଜନ୍ମଦିନ ଅବସରରେ ‘ଫତେହ’ର ନୂଆ ପୋଷ୍ଟର ଜାରି କରି ଏହାର ମୁକ୍ତିଲାଭ ତାରିଖ ଘୋଷଣା କରିଥିଲେ, ଯାହାପରେ ଦର୍ଶକଙ୍କ ଉତ୍ସାହ ବଢି ଯାଇଥିଲା। ଆଉ ଏବେ ସାମାଜିକ ଗଣମାଧ୍ୟମରେ ଫିଲ୍ମର ଦମ୍‌ଦାର ଟିଜର ଶେୟାର କରିଛନ୍ତି ସୋନୁ ସୁଦ୍।

ଜୀ ଷ୍ଟୁଡିଓଜ୍‌ ଏବଂ ଶକ୍ତି ସାଗର ପ୍ରଡକ୍ସନ୍ସ ‘ଫତେହ’ର ଟିଜର ରିଲିଜ୍‌ କରିଛନ୍ତି। ଏହି ଚଳଚ୍ଚିତ୍ର ମାଧ୍ୟମରେ ନିର୍ଦେଶନା କ୍ଷେତ୍ରରେ ପାଦ ଥାପିଛନ୍ତି ସୋନୁ ସୁଦ୍‌। ଟିଜରରେ ସୋନୁଙ୍କ ଚରିତ୍ରର ଝଲକ ଦେଖିବାକୁ ମିଳିଛି, ଯାହା ଜନ୍ ଓ୍ବିକ୍‌ ଫ୍ରାଞ୍ଚାଇଜି ଭଳି ଲାଗୁଛି, ଯେଉଁଥିରେ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ଟିଜରର ମୁଖ୍ୟ ଆକର୍ଷଣ ହେଉଛି ଜବରଦସ୍ତ ଆକ୍ସନ। ଏଥିରେ ସହ କଳାକାରମାନଙ୍କ ଝଲକ୍‌ ମଧ୍ୟ ଦେଖିବାକୁ ମିଳିଛି, ଯେଉଁଥିରେ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌, ନାସିରୁଦ୍ଦିନ ଶାହ ଓ ବିଜୟ ରାଜ ପ୍ରମୁଖ ନଜର ଆସିଛନ୍ତି। ସୋନାଲି ସୁଦ୍ ଏବଂ ଉମେଶ କେ.ଆର. ବନ୍‌ସଲଙ୍କ ଦ୍ୱାରା ନିର୍ମିତ ‘ଫତେହ’ ଡିଜିଟାଲ ସୁରକ୍ଷା ଏବଂ ଅନଲାଇନ୍ ଠକେଇର ବିଷୟବସ୍ତୁ ଉପରେ ଆଧାରିତ।

- Advertisement -

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories