www.samajalive.in
Friday, December 5, 2025
26.1 C
Bhubaneswar

ଖରାପ ସମୟରେ ରୁଷ ତା’ର ବନ୍ଧୁମାନଙ୍କ ହାତ ଛାଡ଼େନାହିଁ, ଆମେରିକା ଓ ଆମ ଭିତରେ ଏହି ଅନ୍ତର ରହିଛି: ମସ୍କୋ

ସମାଜ ଡିଜିଟାଲ ଡେସ୍କ: ସିରିୟାରେ ଶାସନର ପରିବର୍ତ୍ତନ ପରେ ରାଷ୍ଟ୍ରପତି ବଶର ଅଲ ଅସଦ ଦେଶ ଛାଡ଼ି ପଳାଇଛନ୍ତି। ଏହି ସମୟରେ ରୁଷ ତାଙ୍କୁ ଏବଂ ତାଙ୍କ ପରିବାରକୁ ଶରଣ ଦେଇଛି। ମାନବୀୟ ଆଧାରରେ ଅସଦଙ୍କ ଶରଣ ଦିଆଯାଇଛି। ରୁଷ ରାଷ୍ଟ୍ରଦୂତ ମିଖାଇଲ ଉଲ୍ୟାନୋଭ କହିଛନ୍ତି, ଅସଦ ଏବଂ ତାଙ୍କ ପରିବାର ମସ୍କୋରେ ଅଛନ୍ତି। ରୁଷ ଖରାପ ସମୟରେ ନିଜ ବନ୍ଧୁମାନଙ୍କୁ ଧୋକା ଦିଏନାହିଁ। ଏହା ହେଉଛି ରୁଷ ଏବଂ ଆମେରିକା ମଧ୍ୟରେ ଅନ୍ତର।

ସିରିୟାରେ ଗତ ୧୧ ଦିନ ଧରି ବିଦ୍ରୋହୀ ହାୟାତ ତାହରିର ଅଲ ସାମ୍‌ ସଂଗଠନ ଏବଂ ସେନା ମଧ୍ୟରେ ଯୁଦ୍ଧ ଜାରି ରହିଥିଲା। ବିଦ୍ରୋହୀମାନେ ରବିବାର ରାଜଧାନୀ ଦାମାସ୍କସକୁ ନିଜ କବଜାକୁ ନେବା ସହିତ ରାଷ୍ଟ୍ରପତିଙ୍କ ବାସଭବନରେ ପଶି ଭଙ୍ଗାରୁଜା କରିଥିଲେ। ରାଷ୍ଟ୍ରପତି ଅସଦ ନିଜ ଜୀବନ ବଞ୍ଚାଇ ଦେଶ ଛାଡ଼ି ସପରିବାର ପଳାୟନ କରିଥିଲେ।

Hot this week

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

Related Articles

Popular Categories