www.samajalive.in
Friday, December 5, 2025
26.1 C
Bhubaneswar

୨ ଘରୋଇ ବିଦ୍ୟାଳୟକୁ ବୋମା ଧମକ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀର ୨ଟି ଘରୋଇ ବିଦ୍ୟାଳୟକୁ ବୋମାରେ ଉଡ଼ାଇଦେବାକୁ ଧମକ ଦିଆଯାଇଛି। ସୋମବାର ସକାଳେ ଆରକେ ପୂରମସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ଏବଂ ପଶ୍ଚିମବିହାରସ୍ଥିତ ଜିଡି ଗୋଏଙ୍କା ପବ୍ଲିକ ସ୍କୁଲକୁ ଇ-ମେଲ ଜରିଆରେ ଏପରି ଧମକ ମିଳିଛି। ଫଳରେ ସ୍କୁଲ କର୍ତ୍ତୃପକ୍ଷ ପିଲାମାନଙ୍କୁ ଘରକୁ ପଠାଇ ଦେଇଛନ୍ତି। ଖବର ପାଇ ପୁଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉଭୟ ସ୍କୁଲରେ ଡେରା ପକାଇଛନ୍ତି। ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ କୁକୁର ଦଳ ସହିତ ପୁଲିସ ଘଟଣାସ୍ଥଳରେ ଯାଞ୍ଚ କରୁଛି।

ଧମକ ଦେଇଥିବା ବ୍ୟକ୍ତି ମେଲରେ ଲେଖିଛି ଯେ, ସେ ଦୁଇଟି ଯାକ ସ୍କୁଲ କୋଠାରେ ଏକାଧିକ ବୋମା ଖଞ୍ଜିଛି। ବୋମାଗୁଡ଼ିକ ଅତ୍ୟନ୍ତ ଛୋଟ ଏବଂ ଲୁଚାଇ ରଖାଯାଇଛି। କିନ୍ତୁ କୋଠାକୁ ଏହା ବେଶୀ କ୍ଷତି ପହଞ୍ଚାଇବ ନାହିଁ। କିନ୍ତୁ ଏହା ବିସ୍ଫୋରଣ ଘଟିଲେ ବହୁ ଲୋକ ଆହତ ହେବେ। ଅଙ୍ଗପ୍ରତ୍ୟଙ୍ଗ ନଷ୍ଟ ହୋଇଯିବ। ଯଦି ମୋତେ ୩୦ ହଜାର ଡଲାର ନ ମିଳେ,​‌ ତେବେ ବୋମାକୁ ବିସ୍ଫୋରଣ ଘଟାଇବି।

Hot this week

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

Related Articles

Popular Categories