www.samajalive.in
Saturday, December 13, 2025
26.1 C
Bhubaneswar

ଅଦିନିଆ ବର୍ଷାରେ ଭିଜିଲା ଧାନ, ଚାଷୀ ମୁଣ୍ଡରେ ଚଡ଼କ

ଲଡୁଗାଁ : କଳାହାଣ୍ଡି ଜିଲା କୋକସରା ଅଞ୍ଚଳ ଚାଷୀ ଧାନ ଅମଳ କରି ଚାତକ ପରି ଚାହିଁ ବସିଛନ୍ତି । କାରଣ  କୋକସରା ଅଞ୍ଚଳ  ଚଳିତ ବର୍ଷ ଚାଷୀଙ୍କୁ ଦଇବ ଦାଉ ସାଧି ଚାଲିଛି ।  କେତେବେଳେ ମରୁଡ଼ି ତ କେତେବଳେ ଚକଡା ପୋକ ଚିନ୍ତା, ପୁଣି ଏବେ ଅଦିନିଆ ବର୍ଷା । ତଥାପି ଧୈର୍ଯ୍ୟ ଧରି ବସିଛନ୍ତି,  କେତେବେଳେ ମଣ୍ଡିକୁ ଧାନ ଯିବ ଆଉ ପ୍ରଥମ କରି ନିଜ ଅମଳକ୍ଷମ ଶସ୍ୟର ସଠିକ୍ ମୂଲ୍ୟ ପାଇବେ । ସେପଟେ ମଣ୍ଡି ଖୋଲି ନଥିବାରୁ ଦଲାଲଙ୍କ ହାତରେ ଶାଗ ମାଛ ଦରରେ ଧାନ ବିକ୍ରି କରି ଦେଉଛନ୍ତି ଚାଷୀ ।   ଚାଷୀଙ୍କ ଅସହାୟତାର ଫାଇଦା ଉଠାଉଛନ୍ତି ଦଲାଲ । ଗାଁ ଗାଁରେ ବୁଲି ଖୁବ୍ କମ୍ ଦରରେ କିଣି ନେଉଛନ୍ତି ଧାନ ।

ଶୀତ କାକର ଓ ଅଦିନିଆ ବର୍ଷାରେ ପଡିଥିବା ଧାନର ମାନ ନଷ୍ଟ ହୋଇଯିବା ଭୟରେ ଚାଷୀ ମଧ୍ୟ ଦଲାଲଙ୍କ ହାତରେ ପରିଶ୍ରମର ମୁଲକୁ ଟେକି ଦେଉଛନ୍ତି। ମଣ୍ଡି ଖୋଲି ନଥିବାରୁ ସରକାରୀ ଦରରେ କ୍ୱିଣ୍ଟାଲ ପିଛା ୩୧ଶହ ଟଙ୍କାରେ ଧାନ ବିକିବା ବଦଳରେ, ୧୭ ଶହରୁ ୨ ହଜାର ଟଙ୍କାରେ ଦଲାଲଙ୍କୁ ବିକ୍ରି କରିଦେଉଛନ୍ତି  । ଧୀରେ ଧୀରେ ସରକାରୀ ବ୍ୟବସ୍ଥା ପ୍ରତି ଚାଷୀଙ୍କ ଆଗ୍ରହ ପ୍ରକାଶ ପାଉନଥିବା ଦେଖିବାକୁ ମିଳିଛି। ବଡ଼କଥା ହେଉଛି ମଣ୍ଡି ବିଳମ୍ବ ହୋଇଯାଇଥିବାରୁ ଦଲାଲଙ୍କ ସମେତ କିଛି ପାକ୍ସ ସଭାପତି ସମ୍ପାଦକ ଏବଂ କିଛି ମିଲର୍‌ ଦଲାଲ୍ ସାଜି ଚାଷୀଙ୍କଠାରୁ ସତମିଛ କହି ଧାନ ଠୁଳ କରିବାରେ ଲାଗି ପଡ଼ିଛନ୍ତି  ।  ସଞ୍ଜ ନଇଁବା ପରେ କୋକସରା, ଲଡୁଗାଁ ଅଞ୍ଚଳରୁ ଟ୍ରିପ୍ ଟ୍ରିପ୍ ଧାନ ଜିଲା ତଥା ରାଜ୍ୟ ବାହାରକୁ ଚାଲାଣ ହେବା ଆରମ୍ଭ ହୋଇଥିବା ବିଭିନ୍ନ ସୂତ୍ରରୁ ଜଣାପଡିଛି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories