www.samajalive.in
Thursday, December 11, 2025
14.1 C
Bhubaneswar

ଆଡିଲେଡ ଟେଷ୍ଟ: ଭାରତ ୧୮୦ ରନରେ ଅଲଆଉଟ

ସମାଜ ଡିଜିଟାଲ ଡେସ୍କ: ଆଡିଲେଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଟେଷ୍ଟ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୮୦ ରନରେ ଅଲଆଉଟ ହୋଇଯାଇଛି। ୧-୦ରେ ସିରିଜ ଆଗୁଆ ଥିବା ଭାରତୀୟ ଦଳ ପ୍ରଥମ ପାଳିରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଗୋଲାପୀ ବଲରେ ଖେଳାଯାଉଥିବା ଏହି ଦିବାରାତ୍ର ଟେଷ୍ଟ ମ୍ୟାଚରେ କୌଣସି ଭାରତୀୟ ଖେଳାଳି ବେଶୀ ସମୟ ତିଷ୍ଠି ପାରି ନ ଥିଲେ। ଅଷ୍ଟ୍ରେଲୀୟ ବୋଲରଙ୍କ ଘାତକ ବୋଲିଂରେ ଜଣେ ପରେ ଜଣେ ଖେଳାଳି ପ୍ୟାଭିଲିଅନ ଫେରିଯାଇଥିଲେ। ଦଳ ପକ୍ଷରୁ ନିତିଶ କୁମାର ରେଡ୍ଡୀ ସର୍ବାଧିକ ୪୨ ରନ ସଂଗ୍ରହ କରିଥିଲେ। ଏହା ପଛକୁ କେ.ଏଲ. ରାହୁଲ ୩୭ ଏବଂ ଶୁବମନ ଗିଲ ୩୧ ରନ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୬ ଉଇକେଟ ଅକ୍ତିଆର କରିଥିଲେ। ପ୍ୟାଟ କମିନ୍ସ ଏବଂ ସ୍କଟ ବୋଲାଣ୍ଡ ୨ଟି ଲେଖାଏ ଉଇକେଟ ନେଇଥିଲେ।

ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୧ ଉଇକେଟ ହରାଇ ୮୬ ରନ ସଂଗ୍ରହ କରିଛି। ଉସମାନ ଖ୍ବାଜା ୧୩ ରନ କରି ଆଉଟ ହୋଇଯାଇଥିବାବେଳେ ନାଥାନ ମ୍ୟାକସ୍ଵୀନି ୩୮ ଏବଂ ମାର୍ନସ ଲାବୁସଚାନେ ୨୦ ରନ କରି ଅପରାଜିତ ରହିଛନ୍ତି। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ଗୋଟିଏ ଉଇକେଟ ନେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories