www.samajalive.in
Tuesday, December 9, 2025
15.1 C
Bhubaneswar

ରାଜ୍ୟସଭାରେ କଂଗ୍ରେସ ସାଂସଦଙ୍କ ଆସନ ତଳୁ ମିଳିଲା ପୁଳା ପୁଳା ଟଙ୍କା, ଗୃହରେ ହଙ୍ଗାମା

ନୂଆଦିଲ୍ଲୀ: ସଂସଦରେ ଶୀତକାଳୀନ ଅଧିବେଶନ ସମୟରେ ଶୁକ୍ରବାର ରାଜ୍ୟସଭାରେ ପ୍ରବଳ ହଙ୍ଗାମା ହୋଇଛି। ରାଜ୍ୟସଭାରେ କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂଘଭୀଙ୍କ ସିଟ୍‌ରୁ ପୁଳା ପୁଳା ଟଙ୍କା ମିଳିବା ଘଟଣା ସାମ୍ନାକୁ ଆସିବା ପରେ ପ୍ରବଳ ହଟ୍ଟଗୋଳ ହୋଇଛି। ଏହାକୁ ଏକ ଗମ୍ଭୀର ବିଷୟ ବୋଲି କହିବା ସହ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼।

ଧନଖଡ଼ ଆଜି ରାଜ୍ୟସଭାରେ କହିଛନ୍ତି ଯେ, ‘‘ଗତକାଲି ଗୃହ ମୁଲତବୀ ହେବାପରେ ସଫେଇ କରାଯିବା ସମୟରେ ସିଟ୍ ନମ୍ବର ୨୨୨ରୁ ଟଙ୍କା ବଣ୍ଡଲ ମିଳିଛି। କହିରଖୁଛି ଯେ, ଏହି ଆସନ ତେଲଙ୍ଗାନା ରାଜ୍ୟରୁ ନିର୍ବାଚିତ ଅଭିଷେକ ମନୁ ସିଂଘଭୀଙ୍କୁ ଆବଣ୍ଟିତ କରାଯାଇଛି। ଏହି ମାମଲା ମୋ ନଜରକୁ ଅଣାଯାଇଛି ଏବଂ ମୁଁ ସୁନିଶ୍ଚିତ କରିଥିଲି ଯେ ତଦନ୍ତ ହେଉ ଏବଂ ତଦନ୍ତ ଜାରି ରହିଛି।’’ ସିଂଘଭୀଙ୍କ ଆସନ ତଳୁ ପୁଳା ପୁଳା ଟଙ୍କା ମିଳିବା ପରେ ବିଜେପି ବିରୋଧୀଙ୍କୁ ଟାର୍ଗେଟ କରିଛି।

- Advertisement -

ଅପରପକ୍ଷେ ଏଭଳି ଅଭିଯୋଗ ଆସିବା ପରେ ଆସନରୁ ମିଳିଥିବା ଟଙ୍କା ତାଙ୍କର ନୁହେଁ ବୋଲି ଦାବି କରି କହିଛନ୍ତି ଅଭିଷେକ। ସେ କହିଛନ୍ତି, “ମୁଁ ରାଜ୍ୟସଭାକୁ ୫୦୦ଟଙ୍କା ନେଇଥାଏ। ମୁଁ ଏ ବିଷୟରେ ପ୍ରଥମ ଥର ଶୁଣିଲି। ମୁଁ ଗତକାଲି ଦିନ ୧୨ଟା ୫୭ରେ ଗୃହରେ ପ୍ରବଶେ କରି ଏବଂ ୧ଟାରେ ବାହାରି ଆସିଥିଲି। କ୍ୟାଣ୍ଟିନରେ ୧.୩୦ ପର୍ଯ୍ୟନ୍ତ ଭୋଜନ କରିବା ପରେ ମୁଁ ସଂସଦରୁ ଚାଲିଆସିଥିଲି। ଗୃହରେ ମୁଁ ସମୁଦାୟ ୩ ମିନିଟ୍‌ ରହିଥିଲି। ଏହା ବ୍ୟତୀତ କ୍ୟାଣ୍ଟିନରେ ୩୦ ମିନିଟ୍‌ ଥିଲି।’’ ସେ ଆହୁରି କହିଛନ୍ତି ନିଶ୍ଚିତ ଭାବେ ଏହାର ଯାଞ୍ଚ ହେବା ଆବଶ୍ୟକ।

 

 

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories