www.samajalive.in
Tuesday, December 9, 2025
26.1 C
Bhubaneswar

ଥକ୍କାପଣ ଆପଣଙ୍କ ପାଇଁ ସମସ୍ୟା ପାଲଟିଛି କି ? ଆପଣାନ୍ତୁ ଏହି ଉପାୟ

ବେଳେ ବେଳେ ଏପରି ହୋଇଥାଏ ଯେ, ଆପଣ ଆବଶ୍ୟକତା ଠାରୁ ଅଧିକ ଥକ୍କାପଣ ଅନୁଭବ କରିଥାଆନ୍ତି। ଏହାର ପ୍ରଭାବ ଆପଣଙ୍କ କର୍ମମୟ ଜୀବନ ଉପରେ ମଧ୍ୟ ପଡ଼ିଥାଏ। ଉପଯୁକ୍ତ ପରିମାଣରେ ନିଦ ହୋଇଥିଲେ ମଧ୍ୟ ଯେପରି ଅନିଦ୍ରା ଭଳି ଅନୁଭବ ହୋଇଥାଏ। ଥକ୍କାପଣ କାରଣରୁ ବିରକ୍ତିଭାବ, ଏକାଗ୍ରତା କମ ହେବା, କାମ କରିବାକୁ ଆଗ୍ରହ ହୋଇନଥାଏ। କିଛି ସହଜ ଉପାୟ ଓ ଉପଯୁକ୍ତ ପୋଷକ ତତ୍ତ୍ୱ ଖାଦ୍ୟ ଖାଇଲେ ଏହି ସମସ୍ୟାରୁ ମୁକ୍ତି ମିଳିବା ସହ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତ ହୋଇଥାଏ। ଜାଣନ୍ତୁ ତାହା କ’ଣ….
ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ –
ଶରୀରରେ ଜଳର ମାତ୍ରା କମିଲେ, ଆପଣ ସଠିକ ପରିମାଣରେ ଶୋଇଲେ ମଧ୍ୟ ହାଲିଆ ଅନୁଭବ ହୋଇଥାଏ। ପ୍ରତିଦିନ ୨ ରୁ ୩ ଲିଟର ପାଣି ପିଇବା ଆବଶ୍ୟକ। ପାଣି ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ପ୍ରଦାନ କରିଥାଏ। ଫଳରେ ହାଲିଆ ଲାଗି ନଥାଏ।
ଚକୋଲେଟ ଖାଆନ୍ତୁ –
ଚକୋଲେଟ ଶରୀରରେ ଖୁସି ହରମୋନ ସୃଷ୍ଟି କରିଥାଏ। ଫଳରେ ଏହାକୁ ଖାଇବା ଦ୍ୱାରା ଦିନ ଯାକ ଖୁସି ରହିଥାଆନ୍ତି ହାଲିଆ ଲାଗିନଥାଏ। ତେଣୁ ଥକ୍କାପଣ ଲାଗିବା ସମୟରେ ଚକୋଲେଟ ଖାଇବା ଫଳରେ ଶକ୍ତି ମିଳିଥାଏ।
ଗରମ ପାଣିରେ ଗାଧାନ୍ତୁ ନାହିଁ –
ଯଦି ଆପଣ ଗରମ ପାଣିରେ ଗାଧୋଉଛନ୍ତି ତେବେ ଗରମ ପାଣିରେ ନ ଗାଧୋଇ ଥଣ୍ଡା ପାଣିରେ ଗାଧାନ୍ତୁ। କାରଣ ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ଏହା ରକ୍ତସଞ୍ଚାଳନକୁ ସୂଚାରୁ ରୂପେ କରିଥାଏ। ଫଳରେ ଆପଣ ଦିନ ଯାକ ସତେଜ ଅନୁଭବ କରିବା ସହ ଥକ୍କାପଣ ମଧ୍ୟ ଅନୁଭୂତ ହୋଇନଥାଏ। ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ଶରୀରକୁ ଶକ୍ତି ମଧ୍ୟ ମିଳିଥାଏ।
ଆଇରନ ଥିବା ଖାଦ୍ୟଦ୍ରବ୍ୟ ଖାଆନ୍ତୁ –
ଶରୀରରେ ଆଇରନର ଅଭାବ ଥକ୍କାପଣର ଅନ୍ୟ ଏକ କାରଣ। ତେଣୁ ଆଇରନ ରହିଥିବା ଖାଦ୍ୟ ଓ ଫଳକୁ ଅଧିକ ପରିମାଣରେ ଖାଆନ୍ତୁ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories