www.samajalive.in
Saturday, December 13, 2025
14.1 C
Bhubaneswar

ପାଣି ପାଇପ୍ ଲାଗି ରାସ୍ତା ଖୋଳି ଛାଡିଦେଲେ, ପଥଚାରୀଙ୍କ ପାଇଁ ମରଣଯନ୍ତା

ଆଠଗଡ: ଆଠଗଡ ବ୍ଲକର ମେଘା ପଞ୍ଚାୟତ ଅନ୍ତର୍ଗତ ଧୁରୁକୁଡିଆ ଓ ଅନ୍ୟ ଗ୍ରାମରେ ବସୁଧା ଯୋଜନାରେ ପାନୀୟଜଳ ଯୋଗାଣ ପାଇଁ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ସୁଉଚ୍ଚ ଟାଙ୍କି ନିର୍ମାଣ ଓ ପାଇପ୍ ବିଛାଇବା କାମ ଶେଷ ହୋଇଛି। ତେବେ ପାଣି ପାଇପ୍ ବିଛାଇବା ଲାଗି ଠିକାଦାର ଢଳେଇ ରାସ୍ତା ଖୋଳି ପରେ ଆଉ ମରାମତି ନକରି ଚାଲିଗଲେ। ଫଳରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା ନଷ୍ଟ ହେଲା ଓ ସରକାରୀ ଅର୍ଥ ପାଣିରେ ପଡିଲା। ତାଛଡା ଢଳାଇ ରାସ୍ତା ଖୋଳା ଯୋଗୁଁ ଯେଉଁ ଖାଲଖମା ସୃଷ୍ଟି ହୋଇଛି ତାହା  ପଥଚାରୀ ଓ ବାଇକ ଆରୋହୀଙ୍କ ପାଇଁ ଦୁର୍ଘଟଣାର କାରଣ ହୋଇଛି ।

ଏ ସମ୍ପର୍କରେ ଧୁରୁକୁଡିଆ ଗ୍ରାମର ସମାଜସେବୀ ନିର୍ମଳ କୁମାର ଗ୍ରାମ୍ଯ ପାନୀୟଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଠିକାଦାର କାମ ଶେଷକରି ପଳେଇଲେଣି ବୋଲି ସହକାରୀ ଯନ୍ତ୍ରୀ କହିଥିବା ନେଇ ନିର୍ମଳ କୁମାର ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଖୋଳିଥିବା ରାସ୍ତା ପୁନଃ ଢଳେଇ ମରାମତି ନକରି ଠିକାଦାର କିପରି ବିଲ୍ ନେଇ ଚାଲିଗଲେ ତାକୁ ନେଇ ନିର୍ମଳ ପ୍ରଶ୍ନ ଉଠାଇବା ସହ ଏଥିରେ ବହୁ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି। ଖୋଳାଯାଇଥିବା ଢଳେଇ ରାସ୍ତାର ମରାମତି ଯଥାଶୀଘ୍ର କରାନଗଲେ ସେ ଗ୍ରାମ୍ଯ ପାନୀୟଜଳ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ନିର୍ମଳ ଚେତାଇ ଦେଇଛନ୍ତି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories