www.samajalive.in
Monday, December 8, 2025
24.1 C
Bhubaneswar

ଗୋପବନ୍ଧୁ ବିଜ୍ଞାନ କଲେଜରେ ଏଡସ୍ ଦିବସ

ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜ ଯୁବ ରେଡକ୍ରସ ଆନୁକୂଲ୍ୟରେ ରବିବାର ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ପୌରୋହିତ୍ୟ କରି ଅଧ୍ୟକ୍ଷ ଡ.ଲୋକନାଥ ସାହୁ ଏଡସ୍ ରୋଗର ଭୟାବହତା ସମ୍ପର୍କର ଆଲୋକପାତ କରିଥିଲେ । ସଚେତନତା ଓ ସତର୍କତା ଅବଲମ୍ବନ କଲେ ଏହି ରୋଗରୁ ରକ୍ଷା ମିଳିପାରିବ ବୋଲି ଅଧ୍ୟକ୍ଷ ମତବ୍ୟକ୍ତ କରିଥିଲେ । ଏଥିରେ ସମ୍ମାନିତ ବକ୍ତା ଭାବେ ଆଠଗଡ ଡାକ୍ତରଖାନାର ସମନ୍ଵିତ ପରୀକ୍ଷା ଓ ପରାମର୍ଶ କେନ୍ଦ୍ରର ପରାମର୍ଶଦାତ୍ରୀ ଗୀତାଞ୍ଜଳି ଏବଂ ପୁଷ୍ଟି କେନ୍ଦ୍ର ପରାମର୍ଶଦାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାମଲ ଯୋଗଦେଇ ଏଡସ୍ ରୋଗର କାରଣ, ଲକ୍ଷଣ ଓ ନିରାକରଣ ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ । ଅଧ୍ୟାପକ ଡ.ଗୌତମବୁଦ୍ଧ ସୀତାରାମ ବିଶ୍ୱର ବିଭିନ୍ନ ଦେଶରେ ଏଡସ୍ ରୋଗର ବ୍ୟାପକତା ସମ୍ପର୍କରେ ଅବତାରଣା କରିବା ସହ ୨୦୩୦ ସୁଦ୍ଧା ଭାରତକୁ ଏଡସ୍ ମୁକ୍ତ କରିବାକୁ ସରକାର ଲକ୍ଷ ରଖିଥିବା ସୂଚନା ଦେଇଥିଲେ ।
କଲେଜ ଯୁବ ରେଡକ୍ରସର ବରିଷ୍ଠ ପରାମର୍ଶଦାତ୍ରୀ ଅଧ୍ୟାପିକା ଡ. ଗାୟତ୍ରୀ ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଯୁବ ରେଡକ୍ରସ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ଏକ ସଚେତନତା ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ଜନସାଧାରଣଙ୍କୁ ଏଡସ୍ ରୋଗ ସମ୍ପର୍କରେ ସଚେତନ କରି ରେଡକ୍ରସ ରେଡ୍ ରିବନ ପିନ୍ଧାଇଥଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ଯରେ ପ୍ରବନ୍ଧ, କୁଇଜ୍, ପୋଷ୍ଟର ପ୍ରସ୍ତୁତି, ଚିତ୍ରାଙ୍କନ ଓ ରେଙ୍ଗାଲି ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲ । ଅନ୍ୟତମ ରେଡକ୍ରସ ପରାମର୍ଶଦାତ୍ରୀ ଅଧ୍ୟାପିକା ସୁସ୍ମିତା ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଅଧ୍ୟାପିକା ନଳିନୀ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories